ଓଡିଶା

odisha

By

Published : Dec 25, 2020, 5:01 PM IST

ETV Bharat / bharat

ନିର୍ବାଚନ 2020: ମହାମାରୀରେ ଗଣତନ୍ତ୍ରର ମହାପର୍ବ

ସଂକ୍ରମଣ ମଧ୍ୟରେ ରାଜନୈତିକ ପାଣିପାଗର ଉଷ୍ମତାକୁ ଅନୁଭବ କରିଛନ୍ତି ଦେଶବାସୀ । କୋରୋନାର ଭୟାବହତା ସତ୍ତ୍ବେ ବଡ ବଡ ନିର୍ବାଚନ ଅନୁଷ୍ଠିତ କରାଇ ସାରା ବିଶ୍ବରେ ଉଦାହରଣ ସୃଷ୍ଟି କରିଛି ଭାରତ । ଅଧିକ ପଢନ୍ତୁ...

ନିର୍ବାଚନ 2020: ମହାମାରୀରେ ଗଣତନ୍ତ୍ରର ମହାପର୍ବ
ନିର୍ବାଚନ 2020: ମହାମାରୀରେ ଗଣତନ୍ତ୍ରର ମହାପର୍ବ

ହାଇଦ୍ରାବାଦ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ରାଜନୈତିକ ଦୃଷ୍ଟିକୋଣରୁ 2020ର ସମ୍ପୂର୍ଣ୍ଣ ବର୍ଷ ରହିଥିଲା ବେଶ ମହତ୍ବପୂର୍ଣ୍ଣ । ସଂକ୍ରମଣ ମଧ୍ୟରେ ରାଜନୈତିକ ପାଣିପାଗ ଉଷ୍ମତାକୁ ଅନୁଭବ କରିଛନ୍ତି ଦେଶବାସୀ । କୋରୋନାର ଭୟାବହତା ସତ୍ତ୍ବେ ବଡ ବଡ ନିର୍ବାଚନ ଅନୁଷ୍ଠିତ କରାଇ ସାରା ବିଶ୍ବରେ ଉଦାହରଣ ସୃଷ୍ଟି କରିଛି ଭାରତ ।

ଦିଲ୍ଲୀ ବିଧାନସଭା ନିର୍ବାଚନ 2020

ଫେବୃଆରୀ 8, ମତଦାନ- ନାଗରିକତା ସଂଶୋଧନ ଆଇନର ତାତି ମଧ୍ୟରେ ବିଧାନସଭା ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିଥିଲେ ଦୀଲ୍ଲିବାସୀ । ଗତଥର ନିର୍ବାଚନ ତୁଳନାରେ 2020 ଦିଲ୍ଲୀ ବିଧାନସଭା ନିର୍ବାଚନରେ ହୋଇଥିଲା କମ ମତଦାନ । 2015ରେ 67.13% ମତଦାନ ରେକର୍ଡ ହୋଇଥିବା ବେଳେ 2020ରେ 61.67 ପ୍ରତିଶତକୁ ଖସି ଆସିଥିଲା ।

ଫେବୃଆରୀ 11, ଫଳାଫଳ- ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧିନ ଆମ ଆଦମୀ ପାର୍ଟି ମଧ୍ୟରେ ରହିଥିଲା ସିଧାସଳଖ ଟକ୍କର । ହେଲେ ବିଜେପିକୁ ହରାଇ ପୂନର୍ବାର ପ୍ରଚଣ୍ଡ ବହୁମତ ସହିତ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲା ଆପ୍‌ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ 62ଟି ଆସନରେ ବିଜୟ ହାସଲ କରିଥିବା ବେଳେ ବିଜେପି ହାତରେ ଆସିଥିଲା ମାତ୍ର 8 ସିଟ୍‌ । ଅନ୍ୟପକ୍ଷେ ଏହି ନିର୍ବାଚନରେ ଖାତା ଖୋଲିପାରିନଥିଲା କଂଗ୍ରେସ ।

Party

Seats Won Vote Share (%)
AAP 62 53.57
BJP 8 38.51
Congress 0 4.26
Others 0 3.66

ଦିଲ୍ଲୀ ନିର୍ବାଚନର ମୁଖ୍ୟ ବିନ୍ଦୁ

  • ଆପକୁ ମିଳିଥିଲା 53.6% ଭୋଟ ସେୟାର
  • 38.5 % ଭୋଟ ସେୟାର ସହ 8ଟି ସିଟରେ ବିଜୟୀ ହୋଇଥିଲା ବିଜେପି
  • 63ଟି ଆସନରେ ଅମାନତ ହରାଇଥିଲା କଂଗ୍ରେସ

ବିହାର ବିଧାନସଭା ନିର୍ବାଚନ

ମହାମାରୀ କୋରୋନାର ସଙ୍କଟ ମଧ୍ୟରେ କେବଳ ଦେଶ ନୁହେଁ ବରଂ ବିଶ୍ବରେ ସବୁଠୁ ବଡ ନିର୍ବାଚନ ଭାବେ ଆୟୋଜିତ ହୋଇଥିଲା ବିହାର ବିଧାନସଭା ନିର୍ବାଚନ । କୋଭିଡ ଗାଇଡଲାଇନ ପାଳନ କରି ମତାଧିକାର ସାବ୍ୟସ୍ତ କରିଥିଲେ ବିହାରବାସୀ ।

ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ବିଭାନ୍ନ ସଂସ୍ଥା ପକ୍ଷରୁ ଜାରି ଏକଜିଟ ପୋଲ ସତ୍ୟ ପ୍ରମାଣିତ ହୋଇନଥିଲା । ବଦଳିଥିଲା ସବୁ ଆକଳନ । ପୁଣି ଥରେ ବିହାରରେ ବାଜି ମାରିଥିଲେ ନୀତିଶ କୁମାର । ନୀତିଶ କୁମାର ଓ ତେଜସ୍ବୀଙ୍କ କଡା ଟକ୍କର ସତ୍ତ୍ବେ ସରକାର ଗଢିବାଲେ ସଫଳ ହୋଇଥିଲା ଏନଡିଏ । କାରଣ ବହୁମତ ସହ ଏନଡିଏକୁ ମିଳିଥିଲା ଜନାଦେଶ ।

243 ବିଶିଷ୍ଟ ଆସନରୁ ଏନଡିଏକୁ 125 ଟି ଆସନ, ମହାମେଣ୍ଟକୁ 110ଟି ଆସନ ଏବଂ ଏଆଇଏମଆଇଏମ, ବିଏସପି ଏବଂ ଅନ୍ୟ ଦଳଗୁଡିକ 8ଟି ଆସନ ପାଇଥିଲେ । ଏଲଜେପି ମାତ୍ର ଗୋଟିଏ ଆସନରେ ସୀମିତ ରହିଯାଇଥିଲା ।

ଏନଡିଏରେ ସବୁଠାରୁ ବଡ ଦଳ ଭାବେ ପ୍ରଥମଥର ବିହାରରେ ବିଜେପିକୁ 74 ଆସନ ମିଳିଥିବା ବେଳେ ଜେଡିୟୁକୁ 43, ହମକୁ ମିଳିଥିଲା 4ଟି ଆସନ । ସେପଟେ ମହାମେଣ୍ଟର ଆରଜେଡିକୁ 75, କଂଗ୍ରେସକୁ 19 ଓ ବାମଦଳକୁ 16ଟି ଆସନ ମିଳିଥିଲା ।

ବିହାର ବିଧାନସଭା ନିର୍ବାଚନର ମୁଖ୍ୟବିନ୍ଦୁ

  • ବିହାର ବିଧାନସଭା ନିର୍ବାଚନରେ 57.05 ପ୍ରତିଶତ ମତଦାନ ହୋଇଥିଲା
  • ଏନଡିଏରେ ବିଜେପି ସବୁଠୁ ବଡ ଦଳ ଭାବେ 74 ଆସନ ଜିତିଥିବା ବେଳେ ଜେଡିୟୁକୁ ମିଳିଥିଲା 43 ଆସନ । ଅନ୍ୟ 2 ସହଯୋଗୀ ହମ ଓ ଭିଆଇପି ହାତରେ ଆସିଥିଲା 4 ଲେଖାଏଁ ଆସନ
  • ଗୟାର ଇମାମଗଞ୍ଜ ଆସନ ଜିତିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହମ ଅଧ୍ୟକ୍ଷ ଜୀତନରାମ ମାଝି
  • ଭିଆଇପି ମୁଖିଆ ମୁକେଶ ସାହନୀ ସହଶ୍ର ଜିଲ୍ଲାର ସିମରି ଆସନରୁ ପରାଜିତ ହୋଇଥିଲେ
  • ମହାମେଣ୍ଟରେ ଆରଜେଡି 75 ଆସନ ପାଇଥିଲା । ସେହିପରି 19 ଆସନରେ ସୀମିତ ରହିଯାଇଥିଲା କଂଗ୍ରେସ
  • ନିର୍ବାଚନରେ ସର୍ବ ବୃହତ ଦଳ ହୋଇ ଛିଡା ହୋଇଥିଲା ଆରଜେଡି

ମଧ୍ୟପ୍ରଦେଶ ଉପନିର୍ବାଚନ

ମହାମାରୀ ସଙ୍କଟ ମଧ୍ୟରେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଥିଲା ରାଜନୈତିକ ମହାନାଟକ । ମାର୍ଚ୍ଚରେ କଂଗ୍ରେସର 22 ବିଧାୟକ ବିଦ୍ରୋହୀ ଆଭିମୁଖ୍ୟ ଆପଣାଇବା ପରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ବହୁମତ ନଥିବା କାରଣରୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କମଲନାଥ ।

22 ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ 16 ଜଣଙ୍କର ଇସ୍ତଫାକୁ ସ୍ବୀକାର କରିଥିଲେ ରବିଧାନସଭା ବାଚସ୍ପତି ଏନପି ପ୍ରଜାପତି । ଏହା ପରେ 92 ବିଧାୟକ ସହ ଅଳ୍ପମତକୁ ଆସିଯାଇଥିଲା ମଧ୍ୟପ୍ରଦେଶ ସରକାର । ପରେ ଆଉ 6 ଜଣ ବିଧାୟକଙ୍କ ଇସ୍ତଫା ମଧ୍ୟ ବାଚସ୍ପତି ସ୍ବୀକାର କରିଥିଲେ ।

ସେପଟେ 107 ବିଧାୟକଙ୍କ ସହ ବିଜେପି ପାଖରେ ରହିଥିଲା ମ୍ୟଜିକ ନମ୍ବର । ଫଳରେ ମାର୍ଚ୍ଚ ମାସରେ ହିଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଶିବରାଜ ସିଂହ ଚୌହାନ ।

Party Won Vote Share %

Bharatiya Janata Party

74 19.46

All India Majlis-E-Ittehadul

Muslimeen

5 1.24
Indian National Congress 19 9.48
Janata Dal (United) 43 15.39
Lok Jan Shakti Party 1 5.66
Rashtriya Janata Dal 75 23.11
Others 26 25.66

ଦେଶର ବିଭିନ୍ନ ରାଜ୍ୟରେ ଉପନିର୍ବାଚନ

ବିହାର ବିଧାନସଭା ନିର୍ବାଚନ ସମେତ ଦେଶର 10 ଟି ରାଜ୍ୟର 58ଟି ବିଧାନସଭା ଆସନରେ ହୋଇଥିଲା ଉପ-ନିର୍ବାଚନ । 59 ଟି ଆସନରୁ ବିଜେପି ଏକାକୀ 41 ଟି ଆସନରେ ଜିତିଥିଲା ।

ନିର୍ବାଚନ 2020: ମହାମାରୀରେ ଗଣତନ୍ତ୍ରର ମହାପର୍ବ
ନିର୍ବାଚନ 2020: ମହାମାରୀରେ ଗଣତନ୍ତ୍ରର ମହାପର୍ବ

ହାଇଦ୍ରାବାଦ ନିର୍ବାଚନ

ଗ୍ରେଟର ହାଇଦ୍ରାବାଦ ନଗର ନିଗମ (GHMC) ନିର୍ବାଚନରେ ବିଜେପିକୁ ମିଳିଥିଲା ଜବରଦସ୍ତ ସଫଳତା । ହେଲେ ନଗର ନିଗମରେ ପୂନର୍ବାର ନିଜର ଦଖଲ ବଜାୟ ରଖିଥିଲା ରାଜ୍ୟରେ କ୍ଷମତାସୀନ ଟିଆରଏସ । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାୱଙ୍କ ପାର୍ଟି ଟିଆରଏସ 56ଟି ଆସନରେ ବିଜୟ ହାସଲ କରି ସର୍ବ ବୃହତ ପାର୍ଟି ଭାବରେ ଉଦ୍ଭା ହୋଇଥିବା ବେଳେ ବହୁମତ ପାଇଁ 76ଟି ଆସନର ରହିଥିଲା ଆବଶ୍ୟକତା ।

ସେପଟେ ମୋଟ 150ଟି ଆସନରୁ 49ଟି ଆସନରେ ଦ୍ବିତୀୟ ବଡ ଦଳ ହୋଇଥିଲା ବିଜେପି । ସେହିପରି ଅସଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ 43ଟି ଆସନ ସହ ତୃତୀୟ ନମ୍ବରରେ ରହିଥିଲା । ଏହି ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିଲା । ମାତ୍ର 2ଟି ଆସନରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡିଥିଲା ।

ଜମ୍ମୁ କାଶ୍ମୀର DDC ନିର୍ବାଚନ

କ୍ରମାଗତ ଅଶାନ୍ତି ଓ ଆତଙ୍କବାଦକୁ ସାମ୍ନା କରୁଥିବା ଜମ୍ମୁ କାଶ୍ମୀରର ଜନସାଧାରଣ କେନ୍ଦ୍ର ଶାସିତ ଅଞ୍ଚଳର ବିକାଶ ପାଇଁ ଦେଇଥିଲେ ଜନମତ । ସୀମା ପାର ପାକିସ୍ତାନକୁ ବୁଲେଟର ଜବାବ ବାଲାଟରେ ମିଳିଥିଲା । ଜମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ (DDC) ନିର୍ବାଚନ ବିଜେପି ପାଇଁ ରହିଥିଲା ବେଶ ଖାସ ।

ଡିଡିସି ନିର୍ବାଚନରେ ଯଦିଓ ଗୁପକାର ମେଣ୍ଟ ବହୁମତ ହାସଲ କରିଥିଲା, ହେଲେ 75ଟି ଆସନ ଜିତି ସବୁଠୁ ବଡ ପାର୍ଟି ହୋଇ ଉଭା ହୋଇଥିଲା ବିଜେପି । ସେପଟେ ଘାଟିର କାଶ୍ମୀର ଉପରେ ଯଦି ନଜର ପକାଇବା ତେବେ ବିଜେପି ଏଠାରେ କୌଣସି କମାଲ ଦେଖାଇ ପାରିନଥିବା ବେଳେ 3ଟି ସିଟରେ ପଦ୍ମ ଫୁଟାଇବାରେ ହୋଇଥିଲା ସଫଳ ।

ଗୁପକାର ମେଣ୍ଟର ନ୍ୟାସନାଲ କନଫ୍ରେନ୍ସ 67, ପିଡିପି 27 ଓ କଂଗ୍ରେସ 26ଟି ଆସନ ଜିତିଛନ୍ତି । ସେପଟେ ଡିଡିସି ନିର୍ବାଚନରେ ଫଳାଫଳ ବିଜେପି ପାଇଁ ବେଶ ଉତ୍ସାହଜନକ କୁହାଯାଇପାରେ । ହେଲେ କାଶ୍ମୀର ଘାଟିରେ ଦଳର ସ୍ଥିତି ଏବେ ବି ଦୁର୍ବଳ ନଜର ଆସିଥଇଲା । ଘାଟିରେ ବିଜେପି 3ଟି ସିଟ କବଜା କରିବାରେ ସଫଳ ହୋଇଥିଲା । ଦଳ ଶ୍ରୀନଗର, ପୁଲୱାମା ଓ ବାନ୍ଦୀପୋରାରେ 3ଟି ଆସନ ଜିତିଥିଲା । ଜମ୍ମୁ କାଶ୍ମୀରରେ 10ରୁ 6ଟି ଜିଲ୍ଲାରେ ବହୁମତ ହାସଲ କରିଥିଲା ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details