ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଥିବାବେଳେ ଆଜି ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ( Vice President Election) ପାଇଁ ମଧ୍ୟ ତାରିଖ ଘୋଷଣା । ଆସନ୍ତା ଅଗଷ୍ଟ 6 ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ।
VP Elections: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା - କିଏ ହେବେ ଉପରାଷ୍ଟ୍ରପତି
ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ( Vice President Election) ପାଇଁ ମଧ୍ୟ ତାରିଖ ଘୋଷଣା । ଆସନ୍ତା ଅଗଷ୍ଟ 6 ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଅଧିକ ପଢନ୍ତୁ
ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ଜୁଲାଇ 6 ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁଲାଇ 19 ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ଜୁଲାଇ 20ରେ ହେବ ପ୍ରାର୍ଥୀ ପତ୍ର ଯାଞ୍ଚ । ଜୁଲାଇ 22 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ଦିନ ରହିଛି । ଆବଶ୍ୟକ ସ୍ଥଳେ ଯଦି ନିର୍ବାଚନ ହୁଏ ଜୁଲାଇ 6ରେ ମତଦାନ ହୋଇ ସେହି ଦିନ ଭୋଟ ଗଣତି ହେବ ।
ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ପ୍ରକ୍ରିୟା ଜାରି ରହିଥିବାବେଳେ, ଶାସକ ବିରୋଧୀ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିସାରିଛନ୍ତି । ଏହାରି ଭିତରେ ପୁଣି ଦେଶର ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।