ଓଡିଶା

odisha

ETV Bharat / bharat

ବୁଧବାର 5 ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ EC - Assembly elections

ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଅନୁଷ୍ଠିତ ହେବ ନିର୍ବାଚନ । ତେବେ ଦୁଧବାର ଏହି ସବୁ ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ...

ବୁଧବାର 5 ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ EC
ବୁଧବାର 5 ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ EC

By

Published : Feb 23, 2021, 10:49 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଆଗକୁ ହେବାକୁ ଯାଉଛି 5 ରାଜ୍ୟରେ ବିଧାନସଭା ନିର୍ବାଚନ । ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଅନୁଷ୍ଠିତ ହେବ ନିର୍ବାଚନ । ତେବେ ବୁଧବାର ଏହି ସବୁ ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ ଆୟୋଗ । ଏନେଇ ଇସିଙ୍କ ପକ୍ଷରୁ ବୈଠକ ଡକାଯାଇଛି ।

କିଛି ଦିନର ବିରତି ପରେ ପୂନର୍ବାର ମହାମାରୀ କୋରୋନା ନିଜର କାୟା ବିସ୍ତାର କରିଥିବା ବେଳେ ଏଭଳି ସ୍ଥିତିରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ବଡ ଚ୍ୟାଲେଞ୍ଜ କୁହାଯାଇପାରେ । ମତଦାନ ସମୟରେ ଜନସାଧାରଣ କପରି କୋଭିଡ ନିୟମ ପାଳନ କରିବେ ଏନେଇ କିଛି ଗାଇଡଲାଇନ ମଧ୍ୟ ଜାରି କରିପାରନ୍ତି ନିର୍ବାଚନ ଆୟୋଗ ।

ସେପଟେ କେବେ ଠୁ ଆଚରଣବିଧି ଲାଗୁ ହେବ, ନାମାଙ୍କନ ପ୍ରକ୍ରିୟା, ପ୍ରାର୍ଥୀପତ୍ର ଦାଖଲ, ପ୍ରାର୍ଥୀପତ୍ର ପ୍ରତ୍ୟାହାର, ମତଦାନ ଓ ମତଗଣନା ତାରିଖ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିବେ ନିର୍ବାଚନ ଆୟୋଗ ।

ପଶ୍ଚିମବଙ୍ଗର 294ଟି ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ଆସାମର 126, କେରଳର 140, ତାମିଲନାଡୁର 234 ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର 30ଟି ଆସନରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହି ସବୁ ରାଜ୍ୟରେ ବିଭିନ୍ନ ଦଳ ପକ୍ଷରୁ ଜୋରସୋରରେ ପ୍ରଚାର ଅଭିଯାନ ଜାରି ରହିଛି ।

ABOUT THE AUTHOR

...view details