ନୂଆଦିଲ୍ଲୀ:ଦେଶରେ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ ବାଜିବ ବିଗୁଲ । ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବ । 5 ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ଦିଲ୍ଲୀରେ ପ୍ରେସ କନଫରେନ୍ସ କରିବେ ନିର୍ବାଚନ କମିଶନ । ଆଜି ନିର୍ବାଚନ ତାରିଖ ଘୋଷଣା ହେବ ନିର୍ବାଚନ କିମିଶନର ରାଜୀବ କୁମାର । ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା 5 ରାଜ୍ୟ ମଧ୍ୟରୁ ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ବିଆରଏସ ସରକାର ଚାଲୁଥିବାବେଳେ ମଧ୍ୟପ୍ରଦେଶରେ ବିଜେପି, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ସରକାର ଥିବାବେଳେ ମିଜୋରାମରେ ଏମଏନଏଫ କ୍ଷମତାରେ ରହିଛି । 5 ରାଜ୍ୟରେ ମତଦାନ ତାରିଖ ଅଲଗା ଅଲଗା ହୋଇପାରେ । ଭୋଟ ଗଣନା ଗୋଟିଏ ଦିନରେ ହେବ ବୋଲି ସୂଚନା ମିଳିଛି ।
ମଧ୍ୟପ୍ରଦେଶ ପୂର୍ବ ଫଳାଫଳ:ଏମପିରେ 230 ଆସନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବଥର ପରି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇପାରେ । ରାଜ୍ୟ ବିଧାନସଭା କାର୍ଯ୍ୟକାଳ 2024 ଜାନୁଆରୀ 6ରେ ଶେଷ ହେବ । ରାଜ୍ୟରେ 2018ରେ ନିର୍ବାଚନରେ କଂଗ୍ରେସ ବାଜି ମାରି କମଳନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର 2020ରେ 22 କଂଗ୍ରେସ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ଏହାପରେ ରାଜ୍ୟରେ ସରକାର କଂଗ୍ରେସ ସରକାର ଭାଙ୍ଗିଥିଲା । ଏହାପରେ ରାଜ୍ୟରେ ବିଜେପି ସରକାର ଗଠନ ହୋଇଥିଲା ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ରାଜସ୍ଥାନରେ ଜାନୁଆରୀ 14ରେ ଶେଷ ହେବ କାର୍ଯ୍ୟକାଳ: କଂଗ୍ରେସ ଶାସନଧୀନ ରାଜସ୍ଥାନରେ 2024 ଜାନୁଆରୀ 14 ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବ । ରାଜ୍ୟରେ 200ଟି ଆସନରେ ମତଦାନ ହେବ । 2018 ନିର୍ବାଚନେ କଂଗ୍ରେସ ବାଜି ମାରି ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଏହା ବି ପଢନ୍ତୁ...Rajasthan Assembly Poll: 'କାମ କିୟା ଦିଲ ସେ, କଂଗ୍ରେସ ଫିର ସେ' ସ୍ଲୋଗାନରେ କମ୍ପିବ ମୈଦାନ