ଓଡିଶା

odisha

ETV Bharat / bharat

ଆସନ୍ତାକାଲିଠୁ ନିର୍ବାଚନ କମିଶନଙ୍କ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ - ନିର୍ବାଚନ କମିଶନ

ଜାତୀୟ ରାଜଧାନୀ ଦିଲ୍ଲୀରେ ଆସନ୍ତାକାଲିଠୁ ଏହି ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

EC two day International Conference
EC two day International Conference

By

Published : Oct 30, 2022, 11:27 AM IST

ନୂଆଦିଲ୍ଲୀ:ନିର୍ବାଚନ କମିଶନ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ କରିବାକୁ ଯାଉଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀରେ ଆସନ୍ତାକାଲିଠୁ (ସୋମବାର) ଏହି ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ସମ୍ମିଳନୀର ବିଷୟବସ୍ତୁ ରହିଛି ନିର୍ବାଚନ ପରିଚାଳନା ସଂସ୍ଥାଗୁଡ଼ିକର ଭୂମିକା, ପରିଚାଳନା ଢାଞ୍ଚା (ଫ୍ରେମୱାର୍କ) ଏବଂ ଦକ୍ଷତା । ଭାରତର ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ସମ୍ମିଳନୀର ଉଦଘାଟନ କରିବେ ।

ଏହି ସମ୍ମିଳନୀରେ ୟୁଏନଡିପିକୁ ନିମନ୍ତ୍ରଣ କରାଯାଇଛି । ଏହି ସମ୍ମିଳନୀରେ ଆର୍ମେନିଆ, ମରିସସ୍, ନେପାଳ, କାବୋ ଭର୍ଡେ, ଅଷ୍ଟ୍ରେଲିଆ, ଚିଲି, ଫେଡେରାଲ୍ ଷ୍ଟେଟ୍ସ ଅଫ୍ ମାଇକ୍ରୋନେସିଆ, ଗ୍ରୀସ୍, ଫିଲିପାଇନ୍ସ, ସୋ ଟୋମେ ଏବଂ ପ୍ରିନ୍ସିପ, ଆମେରିକା ସମେତତ 11ଟି ଦେଶ ଅଶଂଗ୍ରହଣ କରିବେ। 3 ଟି ଦେଶରୁ 11ଟି ନିର୍ବାଚନ ପରିଚାଳନା ସଂସ୍ଥାର (Election Management Bodies) ପ୍ରାୟ 50 ଅଂଶଗ୍ରହଣକାରୀ ସଂଗଠନ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

ସମ୍ମିଳନୀରେ ପ୍ରଥମ ଦୁଇ ଅଧିବେଶନରେ ବର୍ତ୍ତମାନ ଓ ଭବିଷ୍ୟତରେ ନିର୍ବାଚନ ପରିଚାଳନା ସଂସ୍ଥାଗୁଡିକ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ବିଷୟରେ ଆଲୋଚନା ହେବ । ନିର୍ବାଚନ ଅଖଣ୍ଡତା ବଜାୟ ରଖିବାକୁ କଣ କଣ ପଦକ୍ଷେପ ନିଆଯିବ ସେ ଦିଗରେ ଆଲୋଚନା ହେବ । ଦ୍ବିତୀୟ ଦିନ ଆଇଏଫଇଏସ ଦେଶ ଯେପରି ବାଂଲାଦେଶ ଓ ଶ୍ରୀଲଙ୍କା ନିର୍ଦ୍ଦେଶକ, ୟୁଏନଡିପି ପ୍ରତିନିଧି ଏବଂ ନିର୍ବାଚନ ବିଭାଗ ମୁଖ୍ୟଙ୍କ ଦ୍ବାରା ବିଭିନ୍ନ ବିଷୟରେ ଉପସ୍ଥାନପନା ହେବ ।

ଏହା ବି ପଢନ୍ତୁ...ଯୋଗୀଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ, କହିଲେ ଗତ 4 ବର୍ଷ ମଧ୍ୟରେ ପୋଲିସ ବିଭାଗରେ ମିଳିନି ନିଯୁକ୍ତି

'ଗଣତନ୍ତ୍ର ପାଇଁ ସମ୍ମିଳନୀ' ପ୍ରଥମେ ଆମେରିକାର ରାଷ୍ଟ୍ରପତିଙ୍କ ଦ୍ବାରା ଆରମ୍ଭ ହୋଇଥିଲା । 2021 ଡିସେମ୍ବରରେ ସମ୍ମିଳନୀ ଆୟୋଜିତ ହୋଇଥିଲା । ଡିସେମ୍ବର 9, 2021 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲିଡର୍ସ ପ୍ଲେନାରୀ ଅଧିବେଶନରେ ଅଭିଭାଷଣ ଦେଇଥିଲେ । ଗଣତନ୍ତ୍ର ସହ ଜଡିତ ବିଷୟବସ୍ତୁ କାର୍ଯ୍ୟ ଉପରେ ଏକ “କାର୍ଯ୍ୟ ବର୍ଷ” ଆୟୋଜନ କରାଯିବା ଏବଂ ପରବର୍ତ୍ତୀ ସମୟରେ ଏକ ‘ନେତାଙ୍କ ସମ୍ମିଳନୀ’ ଆୟୋଜନ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା । ଗଣତନ୍ତ୍ର ପାଇଁ ସମ୍ମିଳନୀ ବର୍ଷର କାର୍ଯ୍ୟକ୍ରମ ସହ ନିର୍ବାଚନ ଅଖଣ୍ଡତାକୁ ଆଗେଇ ନେଉଛି । ବିଶ୍ବର ଅନ୍ୟ ଦେଶ ଗୁ଼ଡିକ ସହ ଜ୍ଞାନ, ବୈଷୟିକ ଦକ୍ଷତା ଓ ଅଭିଜ୍ଞତା ବାଣ୍ଟୁଛି ।

ABOUT THE AUTHOR

...view details