ନୂଆଦିଲ୍ଲୀ: ପ୍ରବାସୀ ଭୋଟରଙ୍କ ପାଇଁ ଖୁସି ଖବର । ଭୋଟ ଦେବାକୁ ହେଲେ ଆଉ ନିଜ ପ୍ରଦେଶକୁ ଯିବାକୁ ପଡିବ ନାହିଁ । ଯେଉଁଠି ଥିବେ ସେହିଠୁ ହିଁ ଭୋଟ ଦେଇପାରିବେ । ନିଜ ପ୍ରଦେଶରୁ ଯାଇ ଅନ୍ୟ ପ୍ରଦେଶରେ ରହୁଥିବା ନାଗରିକମାନଙ୍କ ପାଇଁ ପରୀକ୍ଷାମୂଳକ ଭାବେ ରିମୋର୍ଟ ଭୋଟିଂ (Remote Electronic Voting Machine) ବ୍ୟବସ୍ଥା କରିବା ଲାଗି ପ୍ରସ୍ତୁତ ହେଉଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ( Election Commission develops RVM ) । ଏନେଇ ଆଜି ଇସିଆଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।
ଉନ୍ନତମାନର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରବାସରେ ରହୁଥିବା ଭୋଟର ଭୋଟ ନ ଦେଇ ପାରିବା ଏକ ବିକଳ୍ପ ନୁହେଁ । ଏହି ସମସ୍ୟାର ସମାଧାନ ପାଇଁ ଖୁବ ଶୀଘ୍ର ରିମୋର୍ଟ ଭୋଟିଂ ଆରମ୍ଭ ହେବାକୁ ଯାଉଛି । 2019 ସାଧାରଣ ନିର୍ବାଚନରେ କମ ଭୋଟିଂ ପ୍ରତିଶତ ଦେଖି ଚିନ୍ତା ପ୍ରକାଶ କରିଥିଲେ ଭାରତୀୟ ନିର୍ବାଚନ ଆୟୋଗ । କାରଣ ଉକ୍ତ ବର୍ଷ 30 କୋଟି ମତଦାତା ଭୋଟ ଦେଇ ପାରନଥିଲେ କାରଣ ଥିଲା ନିଜ ପ୍ରଦେଶରୁ ଦୂରରେ ରହିବା । ମତଦାନ ସଂଖ୍ୟା ବୃଦ୍ଧି କରିବାରୁ ଭାରତର ନିର୍ବାଚନ କମିସନ ‘ମଲ୍ଟି-କନ୍ଷ୍ଟିଚ୍ୟୁଏନ୍ସି ରିମୋର୍ଟ ଇଲେକ୍ଟ୍ରୋନିକ୍ ଭୋଟିଙ୍ଗ୍ ମେସିନ୍’ର (ଆର୍ଭିଏମ୍) ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଛନ୍ତି । ଏହାକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ଆମନ୍ତ୍ରଣ କରାଯାଇଛି । ଏହି ପ୍ରୋଟୋଟାଇପ୍ ଆରଭିଏମ ପୁଲିଙ୍ଗ ବୁଥରେ ଏକାଧୀକ ନିର୍ବାଚନ ମଣ୍ଡଳୀ ଲାଗି ଭୋଟ ଗ୍ରହଣ କରି ହେବ ।