ଓଡିଶା

odisha

President Election: ଜୁଲାଇ 18ରେ ମତଦାନ, 21ରେ ଗଣତି

By

Published : Jun 9, 2022, 3:28 PM IST

Updated : Jun 9, 2022, 4:42 PM IST

24 ଜୁଲାଇରେ ସରିବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । 25 ରେ ଶପଥ ନେବେ ନୂଆ ରାଷ୍ଟ୍ରପତି । 18 ତାରିଖରେ ମତଦାନ ଓ 21 ତାରିଖରେ ଗଣତି । ନିର୍ବାଚନ ନେଇ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ଅଧିକ ପଢନ୍ତୁ

ରାଷ୍ଟ୍ରପତି ନିର୍ବାଚନ: 15 ରେ ବିଜ୍ଞପ୍ତି, 21ରେ ମତଦାନ

ନୂଆଦିଲ୍ଲୀ:ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ । ଜୁଲାଇ 15 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି 18 ତାରିଖରେ ମତଦାନ ଓ 21 ତାରିଖରେ ଗଣତି ହେବା ନେଇ ତାରିଖ ସ୍ଥିର କରିଛନ୍ତି କମିଶନ । ଜୁଲାଇ 24ରେ ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । 25 ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି । ଆଜି (ଗୁରୁବାର) ଦିଲ୍ଲୀରେ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ଆବଶ୍ୟକ ବହୁମତ ଠାରୁ ସାମାନ୍ୟ ପଛରେ ଅଛି BJP ନେତୃତ୍ବାଧୀନ NDA ।

President Election: ଜୁଲାଇ 18ରେ ମତଦାନ, 21ରେ ଗଣତି

ଏଥିରେ ସଂସଦର ଉଭୟ ଗୃହ ରାଜ୍ୟସଭା, ଲୋକସଭା ଓ ସମସ୍ତ ରାଜ୍ୟ ବିଧାନସଭାର ବିଧାୟକମାନେ ମତଦାନରେ ଅଂଶଗ୍ରହଣ କରିବେ । ଦିଲ୍ଲୀରେ ନାମାଙ୍କନ ପତ୍ର ଦାଖଲ ହେବ । ନାମାଙ୍କନ ପତ୍ର ଦାଖଲ ପାଇଁ ଆବଶ୍ୟକ 50 ଜଣ ପ୍ରସ୍ତାବକ । ସେହପରି ଭୋଟିଂ ଉଭୟ ସଂସଦ ଓ ରାଜ୍ୟ ବିଧାନସଭାଗୁଡିକରେ ଭୋଟିଂ ହେବ । ଚଳିତ ଥର 233 ରାଜ୍ୟସଭା ସାସଂଦ, 543 ଲୋକସଭା ସାଂସଦ, 4120 ରାଜ୍ୟ ବିଧାନସଭା ସଦସ୍ୟଙ୍କୁ ମିଶାଇ ମୋଟ 4,896 ନିର୍ବାଚିତ ଜନ ପ୍ରତିନିଧି ଭୋଟିଂରେ ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 9, 2022, 4:42 PM IST

ABOUT THE AUTHOR

...view details