ନୂଆଦିଲ୍ଲୀ:ମର୍ଣ୍ଣିଓ୍ବାକ କରୁଥିବା ବେଳେ ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ଦକ୍ଷିଣ ପଶ୍ଚିମ ଜିଲ୍ଲା ଦୁର୍ଗା ପାର୍କ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ 74 ବର୍ଷୀୟ ପ୍ରେମଲାଲ ଛାବ୍ରା ବୋଲି ପୋଲିସ ଚିହ୍ନଟ କରିଛି । ହତ୍ୟାକାରୀମାନେ ତାଙ୍କ ବ୍ୟାଗରୁ ନଗଦ ଟଙ୍କା, ସୁନା ଅଳଙ୍କାର ଲୁଟି ନେଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ସେ ସବୁଦିନ ପରି ଫିଜିଓଥେରାପି ସେଣ୍ଟରକୁ ଯିବାକୁ ଘରୁ ବାହାରିଥିଲେ ।
ଦୁର୍ଗା ପାର୍କ ନିକଟରେ ପୂର୍ବରୁ ଯୋଜନାବଦ୍ଧ ଭାବେ ତାଙ୍କଠାରୁ ଲୁଟ କରିବା ପାଇଁ ଲୁଚି ରହିଥିବା ଦୁର୍ବୃତ୍ତଙ୍କ ଏକ ଗୋଷ୍ଠୀ ତାଙ୍କଠାରୁ ଲୁଟ ଉଦ୍ୟମ କରିଥିଲେ । ଏହାକୁ ବୃଦ୍ଧ ପ୍ରେମଲାଲ ବିରୋଧ କରିବାରୁ ସେମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଟଙ୍କା ଓ ବ୍ୟାଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ମୃତକଙ୍କ ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ରାମଲାଲ ପ୍ରତ୍ୟେକ ଦିନ ସକାଳ 5.15 ରୁ ଫିଜିଓଥେରାପି କେନ୍ଦ୍ରକୁ ଯାଉଥିଲେ । ଆଜି ସକାଳେ ସେ ଘରୁ ବାହାରକୁ ଯିବାବେଳେ ରାସ୍ତାରେ ତାଙ୍କୁ ବାଇକରେ ଆସୁଥିବା କିଛି ଦୁର୍ବୃତ୍ତ ଅନୁସରଣ କରିଥିଲେ । ସେମାନେ ଦୁର୍ଗାପାର୍କ ଅଞ୍ଚଳରେ ରାମଲାଲଙ୍କଠାରୁ ଡକାୟତି ଉଦ୍ୟମ କରିଥିଲେ । ଏଥିରେ ସେ ଭୟଭୀତ ନହୋଇ ଦୁର୍ବୃତ୍ତଙ୍କୁ ବିରୋଧ କରିବାରୁ ସେମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲୁଟ କରିଥିଲେ ଓ ବୃଦ୍ଧଙ୍କ ବ୍ୟାଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।