ଓଡିଶା

odisha

By

Published : Jan 28, 2023, 9:22 AM IST

ETV Bharat / bharat

ସାନ ଭଉଣୀକୁ ବଡ ଭଉଣୀର ଅସଦାଚରଣ, ଥାନାରେ ଏତଲା

ପୁନେରେ ସାନ ଭଉଣୀକୁ ବଡ ଭଉଣୀର ଅସଦାଚରଣ ଅଭିଯୋଗ। ବିମାନବନ୍ଦର ପୋଲିସ ଷ୍ଟେସନରେ ଯୌନ ନିର୍ଯାତନା ମାମଲା ରୁଜୁ। ଅଧିକ ପଢନ୍ତୁ

Sister sexually molested her younger sister
Sister sexually molested her younger sister

ମୁମ୍ବାଇ: ସାନ ଭଉଣୀକୁ ବଡ ଭଉଣୀର ଅସଦାଚରଣ ଅଭିଯୋଗ । ପୁନେରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ସାନ ଭଉଣୀଙ୍କ ଅଭିଯୋଗରେ ବିମାନବନ୍ଦର ପୋଲିସ ଷ୍ଟେସନରେ ବଡ଼ ଭଉଣୀ ବିରୁଦ୍ଧରେ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି । ତେବେ ପୀଡିତା ଜଣକ ଘଟଣା ସମ୍ପର୍କରେ ଜଣାଇବା ପରେ ପୋଲିସ ବଡ ଭଉଣୀ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିଛି ।

ସୂଚନା ମୁତାବକ, ବିମାନବନ୍ଦର ଥାନା ଅଞ୍ଚଳରେ ଜଣେ 18 ବର୍ଷର ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି 24 ବର୍ଷୀୟା ଯୁବତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସର ସୂଚନାନୁସାରେ ଉଭୟ ସମ୍ପର୍କରେ ଦୁଇ ଭଉଣୀ । ଏମାନେ ନିଜ ପରିବାର ସହ ଭିମାନନଗର ଅଞ୍ଚଳରେ ମିଶିକି ରହୁଛନ୍ତି । ହେଲେ ଜାନୁଆରୀ 23ରେ ସାନ ଭଉଣୀ ଘରର ଡ୍ରଇଂ ରୁମରେ ଶୋଇଥିବା ବେଳେ ବଡ ଭଉଣୀ ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ସେ ଏୟାରପୋର୍ଟ ପୋଲିସ ଥାନାରେ ବଡ଼ ଭଉଣୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ତେବେ ଅଭିଯୋଗକାରୀ ବର୍ତ୍ତମାନ ଜଣେ ଦ୍ବାଦଶ ଶ୍ରେଣୀରେ ପଢୁଥିବା ବେଳେ ଅଭିଯୁକ୍ତ ବଡ ଭଉଣୀ ବିବାହିତା । ପୀଡ଼ିତାଙ୍କ ଅଭିଯୋଗ କରି କହିଛନ୍ତି, "ମୁଁ ଶୋଇଥିବା ସମୟର ବଡ ଭଉଣୀ ମୋତେ ଖରାପ ସ୍ପର୍ଶ କରିବା ସହ ଯୌନ ନିର୍ଯାତନା ଦେଇଥିଲେ । ଶୋଇଥିବାରୁ ପ୍ରଥମେ ମୋ ସହ କଣ ଘଟୁଛି ତାହା ଜାଣି ପାରି ନଥିଲି । ହେଲେ ଆଖି ଖୋଲିଲା ବେଳକୁ ବଡ଼ ଭଉଣୀ ମତେ ଆଘାତ ଦେଉଥିବା ଜାଣି ପାରିଥିଲି । ଏନେଇ ଆମ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବଡ଼ ଭଉଣୀକୁ ତୀବ୍ର ବିରୋଧ ମଧ୍ୟ କରିଥିଲି। ହେଲେ ପୁଣି ଥରେ ବଡ ଭଉଣୀ ମୋ ସହ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା ।" ସାନ ଭଉଣୀ ଭୟଭୀତ ହୋଇ ଶେଷରେ ବଡ ଭଉଣୀ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details