ଓଡିଶା

odisha

ETV Bharat / bharat

New CM Of Maharashtra: ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିନ୍ଦେ, ଫଡନାଭିସ୍‌ ଉପମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଏକନାଥ ସିନ୍ଦେ । ସେହିଭଳି ନବମ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡ଼ନାଭିସ । ଅଧିକ ପଢ଼ନ୍ତୁ

By

Published : Jun 30, 2022, 8:02 PM IST

New CM of Maharashtra: ୨୦ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଫଡ଼ନାଭିସ୍‌ ଉପମୁଖ୍ୟମନ୍ତ୍ରୀ
New CM of Maharashtra: ୨୦ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଫଡ଼ନାଭିସ୍‌ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଏକନାଥ ସିନ୍ଦେ । ସେହିଭଳି ନବମ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡ଼ନାଭିସ । ୧୦ ଦିନ ଧରି ରାଜ୍ୟରେ ରାଜନୈତିକ ଛକାପଞ୍ଝା ପରେ ମହାରାଷ୍ଟ୍ର ଜନତାଙ୍କୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ଆଜି ଶପଥ ଗ୍ରହଣ ସମୟରେ ପ୍ରଥମରୁ ନୂଆ ମୁଖ୍ୟମନ୍ତ୍ରୀ ସିନ୍ଦେ ଶିବସେନା ଦଳର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ନାମରୁ ହିଁ ଶପଥ ଆରମ୍ଭ କରିଥିଲେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ପ୍ରେସମିଟ୍‌ କରି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କିରଥିଲେ । ଏହାସହ ସେ ମନ୍ତ୍ରୀମଣ୍ଡଳରେ ରହିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଥିଲେ । ଏହି ଖବର ସାରା ଦେଶକୁ ଚକମା ଦେଇଥିଲା । ଏହାପରେ ଗୃହମନ୍ତ୍ରୀ ଅମିତ ଶାହ ଆସି ଦେବେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ଭାବରେ ରହିବେ ବୋଲି ଟ୍ବିଟ୍‌ କରିଥିଲେ । ଗତ ୧୦ ଦିନ ଓ ଆଜି ଶପଥ ଗ୍ରହଣ ସମାରୋହର ପୂର୍ବ କ୍ଷଣ ପର୍ଯ୍ୟନ୍ତ ମହାରାଷ୍ଟ୍ର ରାଜନୀତିରେ କଣ ଘଟିବ ତାହାକୁ ଗଣନା କରିବାରେ ଫେଲ ମାରିଥିଲେ ରାଜନୀତି ବିଶାରଦ ।

ତେବେ ସେ ଯାହା ବି ହେଉ ଶେଷରେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ବା ତ୍ରୀଦଳୀୟ ସରକାରର ପତନ ଘଟିବାର ୨୪ ଘଣ୍ଟା ମଧ୍ୟରେ ନୂଆ ସରକାର ଆସିଛି । ଏହି ସରକାର ରାଜନୀତିରୁ ଉପରକୁ ଉଠି ଜନତାଙ୍କ ସମସ୍ୟା ବୁଝିବ ବୋଲି ଆଶା କରାଯାଉଛି ।

For All Latest Updates

ABOUT THE AUTHOR

...view details