ଓଡିଶା

odisha

ETV Bharat / bharat

ନଭେମ୍ବର 6ରେ ଭାରତ-ଚୀନ ଅଷ୍ଟମ ପର୍ଯ୍ୟାୟ ସୈନ୍ୟ ଆଲୋଚନା

ଭାରତ ଓ ଚୀନ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଟମ ପର୍ଯ୍ୟାୟ କର୍ପସ କମାଣ୍ଡର ସ୍ତରୀୟ ବୈଠକ । ନଭେମ୍ବର 6 ପୂର୍ବ ଲଦାଖର ଚୁସୁଲରେ ଏହି ବୈଠକ ବସିବ ବୋଲି ସେନା ସୂତ୍ରରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

By

Published : Nov 4, 2020, 8:44 PM IST

ନଭେମ୍ବର 6ରେ ଭାରତ-ଚୀନ ଅଷ୍ଟମ ପର୍ଯ୍ୟାୟ ସୈନ୍ୟ ଆଲୋଚନା
ନଭେମ୍ବର 6ରେ ଭାରତ-ଚୀନ ଅଷ୍ଟମ ପର୍ଯ୍ୟାୟ ସୈନ୍ୟ ଆଲୋଚନା

ନୂଆଦିଲ୍ଲୀ: ଏଲଏସିରେ ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଟମ ପର୍ଯ୍ୟାୟ କର୍ପସ କମାଣ୍ଡର ସ୍ତରୀୟ ବୈଠକ । ନଭେମ୍ବର 6 ପୂର୍ବ ଲଦାଖର ଚୁସୁଲରେ ଏହି ବୈଠକ ବସିବ ବୋଲି ସେନା ସୂତ୍ରରୁ ସୂଚନା ମିଳିଛି । ଏପ୍ରିଲ ଓ ମେ ମାସରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ଉପୁଜିଥିବା ସଂଘର୍ଷକୁ ନେଇ ଏହି ବୈଠକରେ ଆଲୋଚନା ହେବ ।

ଏହା ପୂର୍ବରୁ ଅକ୍ଟୋବର 13ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିଲା ସପ୍ତମ ପର୍ଯ୍ୟାୟ ସୈନ୍ୟ ଆଲୋଚନା । 13 ଘଣ୍ଟା ଧରି ଚାଲିଥିଲା ଏହି ବୈଠକ । ଏଲଏସିରେ ସୈନ୍ୟ ପ୍ରତ୍ୟାହାର ବିଷୟରେ ଭାରତ ଓ ଚୀନ ମଧ୍ୟରେ ଗମ୍ଭୀର, ବ୍ୟାପକ ଓ ରଚନାତ୍ମକ ଆଲୋଚନା ହୋଇଥିଲା ।

ସୂଚନା ଅନୁଯାୟୀ ସପ୍ତମ ପର୍ଯ୍ୟାୟ ସୈନ୍ୟ ବାର୍ତ୍ତାରେ ଭାରତ ଓ ଚୀନ ପରସ୍ପର ମଧ୍ୟରେ ଥିବା ମତଭେଦକୁ ବିବାଦରେ ପରିବର୍ତ୍ତିତ ହେବାକୁ ଦେବେ ନାହିଁ ବୋଲି ସହମତି ପ୍ରକାଶ ପାଇଥିଲା । ଏହି ବିବୃତ୍ତିରେ କୁହାଯାଇଥିଲା ଯେ ଭାରତ ଏବଂ ଚୀନ ସେମାନଙ୍କ ନେତାଙ୍କ ମଧ୍ୟରେ ଥିବା ଗୁରୁତ୍ବପୂର୍ଣ୍ଣ ବୁଝାମଣାକୁ ଗମ୍ଭୀରତାର ସହ କାର୍ଯ୍ୟକାରୀ କରିବାକୁ ସହମତ ହୋଇଥିଲେ ।

ସେନା କହିଛି ଯେ ଭାରତ-ଚୀନ ଆଲୋଚନାରେ ଯଥାଶୀଘ୍ର ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ପକ୍ଷ ଗ୍ରହଣୀୟ ସମାଧାନ ପାଇଁ ଆଲୋଚନା ଜାରି ରଖିବେ । ସାମରିକ ଏବଂ କୂଟନୈତିକ ସ୍ତରରେ କଥାବାର୍ତ୍ତା ଏବଂ ଆଲୋଚନା ଜାରି ରଖିବାକୁ ଭାରତ ଏବଂ ଚୀନ ରାଜି ହୋଇଥିବା ଜଣାପଡିଛି ।

For All Latest Updates

ABOUT THE AUTHOR

...view details