ପଣ୍ଡିଚେରୀ:ବିଷାକ୍ତ ମୃଦୁପାନୀୟ ତଥା କୋଲ ଡ୍ରିଙ୍କ୍ସ ପିଇ ୮ ବର୍ଷ ଛାତ୍ରର ମୃତ୍ୟୁ ଅଭିଯୋଗ ( Eight Standard Student dies) । ପଣ୍ଡିଚେରୀରର କାରାଇକାଲ ଅଞ୍ଚଳରେ ଏଭଳି ଏକ ଘଟଣା ସାମନାକୁ ଆସିଛି । ମୃତ ଛାତ୍ରର ବନ୍ଧୁର ମାଆଙ୍କ ବିରୋଧରେ ପରିବାର ଅଭିଯୋଗ ଆଣିଛି (Student dies after consuming poisoned Cold drinks) । ସେପଟେ ପୋଲିସ ମୃତ ଛାତ୍ରଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ମୃତ ଛାତ୍ର ଜଣକ ହେଉଛି ବାଲା ମଣିକନ୍ଦନ । ସେ ସ୍କୁଲର ବାର୍ଷିକ ଉତ୍ସବ ଲାଗି ରିହରସଲ ପାଇଁ ବିଦ୍ୟାଳୟକୁ ଯାଇଥିଲା । ତେବେ ସେଠାରୁ ଫେରିବା ପରେ ଛାତ୍ର ଜଣକ ବାନ୍ତି କରିଥିଲା । ବାନ୍ତି କରିବାର କାରଣ ପଚାରିବାରୁ କୋଲ ଡ୍ରିଙ୍କସ ପିଇବା ପରେ ଏପରି ହୋଇଥିବା ଛାତ୍ର ଜଣକ କହିଥିବା ବାଲାର ପିତା କହିଛନ୍ତି । ସେହି କୋଲ ଡ୍ରିଙ୍କ୍ସ ବାଲାକୁ ସ୍କୁଲର ୱାଚମ୍ୟାନ ଆଣି ଦେଇଥିଲା ବୋଲି ବାଲା ନିଜ ପରିବାରକୁ କହିଥିଲା । ଏହାପରେ ବାଲାକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାର ମୃତ୍ୟୁ ଘଟିଛି ।
ଏହା ବି ପଢନ୍ତୁ- TATA ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଦୁର୍ଘଟଣାରେ ମୃତ
ସେପଟେ ସ୍କୁଲର କହିବାନୁସାରେ ଏହି କୋଲ ଡ୍ରିଙ୍କସ ବାଲାର ପରିବାର ୱାଚମ୍ୟାନକୁ ଦେଇଥିଲେ । ମାତ୍ର ଏହା ସତ୍ୟ ନୁହେଁ ବୋଲି କହିଛି ବାଲାର ପରିବାର । ସିସିଟିଭି ଫୁଟେଜରେ ଜଣେ ମହିଳା ୱାଚମ୍ୟାନକୁ ଆଣି ଉକ୍ତ କୋଲ ଡ୍ରିଙ୍କ୍ସ ଦେଉଥିବା ଦେଖିବାକୁ ମିଳିଛି । ଉକ୍ତ ମହିଳା ଜଣକ ବାଲାର ବନ୍ଧୁର ମାଆ ସକାୟା ରାନୀ ଭିକ୍ଟୋରିଆ । ବାଲାର ମାଆ ମାଳତୀ ଏ ନେଇ କରାଇକାଲ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ସେ ମୃଦୁ ପାନୀୟରେ ବିଷାକ୍ତ ପଦାର୍ଥ ମିଶାଇଥିବା ଅଭିଯୋଗ ଆଣିଛନ୍ତି । ଏଥିଲାଗି ତାଙ୍କ ପୁଅର ଜୀବନ ଯାଇଛି ।
ଉକ୍ତ ମହିଳାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି । ସେହି କୋଲ ଡ୍ରିଙ୍କସରେ ବିଷାକ୍ତ ପଦାର୍ଥ ଥିଲା କି ନାହିଁ, କାହିଁକି ମହିଳା ଜଣକ ସେହି କୋଲ ଡ୍ରିଙ୍କ୍ସ ବାଲା ପାଇଁ ପଠାଇଥିଲେ ? ସେଥିରେ ସେ ବିଷାକ୍ତ ପଦାର୍ଥ ମିଶାଇଥିଲେ କି ? ପାଠପଢାରେ ପ୍ରତିଯୋଗିତା ପାଇଁ ଏପରି କରାଯାଇଛି କି ? ସମସ୍ତ ଦିଗକୁ ପୋଲିସ ଦୃଷ୍ଟିରେ ତଦନ୍ତ ଚଳାଇଛି ।