ଓଡିଶା

odisha

ETV Bharat / bharat

ହିନ୍ଦୁ ଧର୍ମରେ ମିଶିଲେ ୮: ନାଁ ଥିଲା ଶାହିସ୍ତା, ହେଲା ରାଧା - ଉତ୍ତରପ୍ରଦେଶରନେ ହିନ୍ଦୁ ଧର୍ମ ଗ୍ରହଣ କଲେ ମୁସମଲାମ ସମ୍ପ୍ରଦାୟ

ଉତ୍ତରପ୍ରଦେଶ ମୁଜାଫରପୁର ଜିଲ୍ଲା ମେରଠର ଦୁଇଟି ପରିବାରର ୮ ଜଣ ବ୍ୟକ୍ତି ମୁସଲିମ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କଲେ । ମହନ୍ତ କହିଲେ ପୂର୍ବ ସରକାରରେ ପରିବର୍ତ୍ତନ କରିଥିଲେ ଧର୍ମ । ଅଧିକ ପଢନ୍ତୁ

ହିନ୍ଦୁ ଧର୍ମରେ ମିଶିଲେ ୮ ଜଣ, ଶାହିସ୍ତାରୁ ନାମ ରାଧାକୁ ପରିବର୍ତ୍ତନ କଲେ
ହିନ୍ଦୁ ଧର୍ମରେ ମିଶିଲେ ୮ ଜଣ, ଶାହିସ୍ତାରୁ ନାମ ରାଧାକୁ ପରିବର୍ତ୍ତନ କଲେ

By

Published : Apr 27, 2022, 9:40 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଜାଫରପୁର ଜିଲ୍ଲା ମେରଠର ଦୁଇଟି ପରିବାରର ୮ ଜଣ ବ୍ୟକ୍ତି ମୁସଲିମ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଯଶବୀର ଆଶ୍ରମ ବଘରା ଠାରେ ଏକ ଶୁଦ୍ଧ ଯଜ୍ଞ କରାଯାଇ ହିନ୍ଦୁ ଧର୍ମ ପରିବର୍ତ୍ତନ କରିଛନ୍ତି ଏହି ୮ ବ୍ୟକ୍ତି । ଆଚାର୍ଯ୍ୟ ମୃଗେନ୍ଦ୍ର ବ୍ରହ୍ମଚାରୀ ବିଧି ଅନୁସାରେ ବେଦ ମନ୍ତ୍ର ଉଚ୍ଚାରଣ କରି ସେମାନଙ୍କୁ ହିନ୍ଦୁଧର୍ମ ଦୀକ୍ଷା ଦେଇଛନ୍ତି ।

ଯୋଗ ସାଧନା ଯଶବୀର ଆଶ୍ରମ ବଘରର ମହନ୍ତ ସ୍ବାମୀ ଯଶବୀର ମହାରାଜ କହିଛନ୍ତି ଯେ, ବିଜେପି ସରକାର ପୂର୍ବରୁ ମୁସଲମାନ ସମ୍ପ୍ରଦାୟ ହିନ୍ଦୁମାନଙ୍କ ଧର୍ମାନ୍ତୀକରଣ କରିଥିଲେ । ପୂର୍ବ ସରକାରଗୁଡିକରେ, କେତେକ ମୌଲାନା-ମୌଲବୀ ହିନ୍ଦୁ ଧର୍ମର ଗରିବ ଲୋକଙ୍କୁ ପ୍ରଲୋଭନ ଦେଖାଇ ମୁସଲମାନ ଧର୍ମ ପରିଣତ କରାଇଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି ହୋଇଛି ଏବଂ ଏହାର ଫଳ ସ୍ୱରୂପ, ଯେଉଁମାନେ ଅତୀତରେ ଧର୍ମ ପରିବର୍ତ୍ତନ କରିଛନ୍ତି, ସେମାନେ ସ୍ବଧର୍ମକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାର ଫଳ ସ୍ବରୂପ ବର୍ତ୍ତମାନ ୮ ଜଣ ବ୍ୟକ୍ତି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ।

ତେବେ ମୁସଲମାନ ଧର୍ମ ଛାଡିଥିବା ସମସ୍ତ ଆଠ ଜଣ ମଧ୍ୟ ସେମାନଙ୍କର ମୁସଲମାନ ନାମ ଛାଡି ହିନ୍ଦୁ ନାମ ଦେଇଛନ୍ତି, ଯେଉଁଥିରେ ଶାହିସ୍ତାଙ୍କ ନାମ ରାଧା, ବରଖାଙ୍କ ନାମ ବର୍ଷା, ରସିଦାଙ୍କ ନାମ ଗୀତା, ଆକବରଙ୍କ ନାମ କୃତପାଲ, ଇକରାଙ୍କ ନାମ ଶୀତଲ, ଗୁଲ୍ଲୁଙ୍କ ନାମ କାର୍ତ୍ତିକ ଏହିପରି ନାମ ପରିବର୍ତ୍ତନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details