ଓଡିଶା

odisha

By

Published : Jun 28, 2022, 9:26 AM IST

ETV Bharat / bharat

Assam Flood: ୨୪ ଘଣ୍ଟାରେ ଗଲା ୮ ଜୀବନ, ମୃତ୍ୟୁ ସଂଖ୍ୟା ୧୩୪

ଆସାମରେ କମୁନି ବନ୍ୟା ଦୁର୍ଦ୍ଦଶା। ଗତ ୨୪ ଘଣ୍ଟା ମଧ୍ୟରେ ୮ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୩୪କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Assam Flood: ୨୪ ଘଣ୍ଟାରେ ଗଲା ୮ ଜୀବନ, ମୃତ୍ୟୁ ସଂଖ୍ୟା ୧୩୪
Assam Flood: ୨୪ ଘଣ୍ଟାରେ ଗଲା ୮ ଜୀବନ, ମୃତ୍ୟୁ ସଂଖ୍ୟା ୧୩୪

ଗୌହାଟୀ: ଆସାମରେ କମୁନି ବନ୍ୟା ଦୁର୍ଦ୍ଦଶା। ଗତ ୨୪ ଘଣ୍ଟା ମଧ୍ୟରେ ୮ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୩୪କୁ ବୃଦ୍ଧି ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ମଧ୍ୟ ରହିଛନ୍ତି । ମୃତକଙ୍କ ମଧ୍ୟରୁ କାଚର ଜିଲ୍ଲାରୁ ୫ଜଣ ହୋଇଥିବାବେଳେ, ଅନ୍ୟ ୩ଜଣ କାମରପୁର, ମେଟ୍ରୋପଲିଟିଆନ ଓ ମୋରିଗାଁଓରୁ ହୋଇଥିହା ରାଜ୍ୟ ପରିଚାଳନା ବିପର୍ଯ୍ୟୟ ପ୍ରାଧିକରଣ (ASDMA) ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ବର୍ଷା କମିଥିଲେ ସୁଦ୍ଧା ଏବେ ବି ୨୨ଟି ଜିଲ୍ଲାର ୨,୨୫୪ ଟି ଗାଁରେ ୨୧ଲକ୍ଷ ୫୨ ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ବାରପେଟା ଜିଲ୍ଲାରେ ପ୍ରାୟ ୬.୧୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ, ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଭାବରେ ଅବ୍ୟାହତ ରହିଆସିଛି । ସେହିପରି ନାଓଗାଁରେ ୫.୧୩ଲକ୍ଷ ଓ କାଚରରେ ୪.୭୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

୧୮ ଜିଲ୍ଲାର ୧.୯୧ ଲକ୍ଷରୁ ଅଧିକ ପ୍ରଭାବିତଙ୍କୁ ବନ୍ୟା ୫୩୮ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଉଛନ୍ତି । ୭୪,୬୫୫ ହେକ୍ଟରରୁ ଅଧିକ କୃଷି ଜମି ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଛି । ବର୍ତ୍ତମାନର ବନ୍ୟା ପରିସ୍ଥିତିରେ ଶହ ଶହ ଘର, ଅନେକ ବନ୍ଧ, ରାସ୍ତା, ବ୍ରିଜ୍ ଏବଂ ଜଳସେଚନ କେନାଲ ନଷ୍ଟ ହୋଇଯାଇଛି ।

ABOUT THE AUTHOR

...view details