ମୁମ୍ବାଇ:ବାତ୍ୟା ତାଉତେ ପ୍ରଭାବରେ ଆରବ ସାଗରରେ ବାର୍ଜ P-305 ବୁଡିଯିବା ପରେ ଅନେକ ଲୋକ ନିଖୋଜ ଥିବା ବେଳେ ତିନି ଦିନ ମଧ୍ୟରେ ରାଇଗଡ ବେଳାଭୂମିରେ ଆଠଟି ମୃତଦେହ ମିଳିଛି । ଶନିବାର ଦିନ ଆଲିବାଗ ତାଲୁକାରେ ସାତଟି ଏବଂ ଶୁକ୍ରବାର ରାତିରେ ମୁରୁଦରେ ଗୋଟିଏ ମୃତଦେହ ମିଳିଛି । ଏମାନେ ସମସ୍ତେ ବାର୍ଜ P-305ର କର୍ମଚାରୀ ହୋଇଥିବା ଜଣାପଡିଛି ।
ଅପରେସନ ବାର୍ଜ P-305: 3 ଦିନରେ ରାଇଗଡ ବେଳାଭୂମିରୁ 8 ମୃତଦେହ ଉଦ୍ଧାର - ଆରବ ସାଗର
ବାତ୍ୟା ତାଉ’ତେ ପ୍ରଭାବରେ ଆରବ ସାଗରରେ ବୁଡି ଯାଇଛି ବାର୍ଜ P-305 । ଏଥିରେ ଅନେକ ଲୋକ ନିଖୋଜ ଥିବା ବେଳେ ତିନି ଦିନ ମଧ୍ୟରେ ରାଇଗଡ ବେଳାଭୂମିରେ ଆଠଟି ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...
ବାର୍ଜ P-305 ବୁଡିବା ଘଟଣା: ତିନି ଦିନ ମଧ୍ୟରେ ରାଇଗଡ ବେଳାଭୂମିରେ ଆଠଟି ମୃତଦେହ ଉଦ୍ଧାର
ଏନେଇ ପୋଲିସ ପ୍ରଶାସନ ONGC ଏବଂ ମୁମ୍ବାଇ ପୋଲିସକୁ ସୂଚନା ଦେଇଛି । ବର୍ତ୍ତମାନ ସମସ୍ତ ଆଠଟି ମୃତଦେହକୁ ଆଲିବାଗ ଜିଲ୍ଲା ଜେନେରାଲ ହସ୍ପିଟାଲରେ ରଖାଯାଇଛି । ତେବେ ମୃତଦେହ ଗୁଡିକ ଚିହ୍ନଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ