ଓଡିଶା

odisha

ETV Bharat / bharat

ଆଜି ଇଦ୍-ଉଲ- ଜୁହା, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ - ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଇଦ୍ -ଉଲ- ଜୁହା (ବକ୍ରି ଇଦ) ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଗି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ଆଜି ଇଦ୍-ଉଲ- ଜୁହା, ଶୁଭେଚ୍ଛା ଜଣାଇଲେ ରାଷ୍ଚ୍ରପତି ଓ ପ୍ରଧାନମନ୍ତ୍ରୀ
ଆଜି ଇଦ୍-ଉଲ- ଜୁହା, ଶୁଭେଚ୍ଛା ଜଣାଇଲେ ରାଷ୍ଚ୍ରପତି ଓ ପ୍ରଧାନମନ୍ତ୍ରୀ

By

Published : Jul 21, 2021, 10:20 AM IST

Updated : Jul 21, 2021, 3:01 PM IST

ନୂଆଦିଲ୍ଲୀ: ଇଦ୍ -ଉଲ- ଜୁହା (ବକ୍ରି ଇଦ) ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଗି ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ଅଭିନନ୍ଦନ ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି ଦେଶର ସମସ୍ତ ନାଗରିକଙ୍କୁ ବକରି ଇଦ୍ ଶୁଭେଚ୍ଛା । ଇଦ୍-ଉଲ-ଜୁହା ହେଉଛି ଏକ ପର୍ବ ଯାହାକି ପ୍ରେମ ଏବଂ ବଳିଦାନର ଆତ୍ମାକୁ ସମ୍ମାନ ଜଣାଇବା ଦିନଟିଏ । ସମାଜରେ ଏକତା ଏବଂ ଭ୍ରାତୃଭାବ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା । କୋରୋନା ନିୟମ ପାଳନ କରି ସମସ୍ତଙ୍କ ସୁଖ ଶାନ୍ତି ପାଇଁ କାର୍ଯ୍ୟ କରିବା ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦ ଶୁଭେଚ୍ଛା ଜଣାଇଛନ୍ତି । ଏହିଦିନ ସାମୂହିକ ସହାନୁଭୂତି, ସୌହାର୍ଦ୍ଦ୍ୟ ଏବଂ ଅଧିକ ଉତ୍ତମ ସେବାରେ ଅନ୍ତର୍ଭୂକ୍ତ ହେଉ ବୋଲି ଟ୍ବିଟ କରିଛନ୍ତି ମୋଦି ।

ମୁସଲିମ ସମ୍ପ୍ରଦାୟଙ୍କ ଏକ ବଡ ପର୍ବ ହେଉଛି ଇଦ-ଉଲ-ଜୁହା । ପ୍ରତିବର୍ଷ ଦେଶବ୍ୟାପୀ ଏହି ଦିନଟିକୁ ପାଳନ କରାଯାଏ । ଏହି ଦିନଟି ବକରି ଇଦ ଭାବରେ ଜଣାଶୁଣା । ଇସଲାମିକ କ୍ୟାଲେଣ୍ଡର ଅନୁସାରେ ଧୁ-ଅଲ-ହିଜାହର 10ମ ଦିନ ଓ ହଜ ପିଲଗ୍ରୀମାଗର 2ୟ ଦିନ ବକରି ଉଦ ପାଳନ କରାଯାଏ । ଏହି ପର୍ବରେ ପଶୁ ବଳି ଦିଆଯାଇଥାଏ ।

@ANI

Last Updated : Jul 21, 2021, 3:01 PM IST

ABOUT THE AUTHOR

...view details