କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ମମତା ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା । ଏଣିକି ରାଜ୍ୟରେ ମାତ୍ର 5 ଟଙ୍କାରେ ମିଳିବ ଅଣ୍ଡା ତରକାରୀ ସହ ମିଲ । ଆଜି ଏପରି ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଦିଦିଙ୍କ ଦମଦାର ଯୋଜନା, 5 ଟଙ୍କାରେ ଅଣ୍ତା ମିଲ - ପଶ୍ଚିମବଙ୍ଗରେ ମମତାଙ୍କ ଘୋଷଣା
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମମତା ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା । ଅଧିକ ପଢନ୍ତୁ...

ଦିଦିଙ୍କ ନୂଆ ଯୋଜନା, 5 ଟଙ୍କାରେ ଅଣ୍ତା ମିଲ
‘ମାୟର ରନଘର’ ପ୍ରକଳ୍ପ ଅଧିନରେ ଏହି ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ଅଧିନରେ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତି ମାତ୍ର 5 ଟଙ୍କା ବିନିମୟରେ ପୁରା ଥାଳି ଖାଇପାରିବାର ବ୍ୟବସ୍ଥା କରିଛି ପଶ୍ଚିମବଙ୍ଗ ପ୍ରଦେଶ ସରକାର । ଏହି ଥାଳିର ମୂଲ୍ୟ ମାତ୍ର 5 ଟଙ୍କା ହୋଇଥିବା ବେଳେ ଏଥିରେ ଜଣେ ବ୍ୟକ୍ତି ଖାଇବା ପରିମାଣର ଭାତ, ଡାଲି, ସବୁଜ ତରକାରୀ ଓ ଅଣ୍ଡା ତରକାରୀ ରହିବ ବୋଲି ସୂଚନା ଦେଇଛି ରାଜ୍ୟ ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ