ଓଡିଶା

odisha

ETV Bharat / bharat

‘ଚଳିତ ଡିସେମ୍ବର ଶେଷ ସୁଦ୍ଧା ବୟସ୍କଙ୍କ ଟୀକାକରଣ ସମାପ୍ତ ହେବ’ - କୋରୋନାର ଦ୍ବିତୀୟ ଲହର

ଡିସେମ୍ବର 31 ସୁଦ୍ଧା ଭାରତର ସମସ୍ତ ବୟସ୍କଙ୍କୁ କୋଭିଡ ଟୀକାକରଣ ସମାପ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଶନିବାର ସୁପ୍ରିମକୋର୍ଟଙ୍କୁ ସୂଚନା କେନ୍ଦ୍ର । ଅଧିକ ପଢନ୍ତୁ...

ଡିସେମ୍ବର 31 ସୁଦ୍ଧା ଦେଶର ବୟସ୍କଙ୍କୁ ଟୀକାକରଣ ପାଇଁ ପ୍ରୟାସ: ସୁପ୍ରିମକୋର୍ଟକୁ କହିଲା କେନ୍ଦ୍ର
ଡିସେମ୍ବର 31 ସୁଦ୍ଧା ଦେଶର ବୟସ୍କଙ୍କୁ ଟୀକାକରଣ ପାଇଁ ପ୍ରୟାସ: ସୁପ୍ରିମକୋର୍ଟକୁ କହିଲା କେନ୍ଦ୍ର

By

Published : Jun 27, 2021, 11:48 AM IST

ନୂଆଦିଲ୍ଲୀ: ସାରାଦେଶରେ ଏବେ କୋରୋନାର ଦ୍ବିତୀୟ ଲହର ଜାରି ରହିଛି । ଏଭଳି ସ୍ଥିତିରେ ଟୀକାକରଣକୁ ମଧ୍ୟ ଅଧିକ ଗୁରୁତ୍ବ ଦିଆଯାଇଛି । ତେବେ ଚଳିତ ବର୍ଷ ଡିସେମ୍ବର 31 ସୁଦ୍ଧା ଭାରତର ସମସ୍ତ ବୟସ୍କଙ୍କୁ କୋଭିଡ ଟୀକାକରଣ ସମାପ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଶନିବାର ସୁପ୍ରିମକୋର୍ଟଙ୍କୁ କହିଛି କେନ୍ଦ୍ର । ଏଥିସହ ରାଜ୍ୟ ତଥା ଛୋଟ ଘରୋଇ ଡାକ୍ତରଖାନାଗୁଡ଼ିକ ଟିକା ପାଇବାରେ ଅସୁବିଧା ହେବା ପରେ ଟିକା କିଣିବା ନୀତିରେ ପରିବର୍ତ୍ତନ କରାଯାଇଛି ବୋଲି କୋର୍ଟରେ ସ୍ବୀକାର କରିଛନ୍ତି କେନ୍ଦ୍ର ସରକାର।

ଦେଶରେ ୧୮ ବୟସରୁ ଊର୍ଦ୍ଧ୍ବ ବୟସର ୯୩-୯୪ କୋଟି ଲୋକଙ୍କୁ ଟିକା ଦେବାକୁ ବର୍ତ୍ତମାନ ଟିକାର ୧୮୬-୧୮୮ କୋଟି ଡୋଜ ଆବଶ୍ୟକ। ଏଥିରୁ ଜୁଲାଇ ୩୧ ସୁଦ୍ଧା ୫୧.୬ କୋଟି ଟିକା ଉପଲବ୍ଧ ହୋଇଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଚଳିତ ବର୍ଷ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ 135 କୋଟି ଡୋଜ କୋଭିଡ ଟିକା କ୍ରୟ କରିବାକୁ ଯୋଜନା କରିଛି ବୋଲି କେନ୍ଦ୍ର କହିଛି । ଏଥିରେ କୋଭିଶିଲ୍ଡର 50 କୋଟି ଡୋଜ, କୋଭାକ୍ସିନର 40 କୋଟି ଡୋଜ, ସ୍ପୁଟନିକ-ଭି ଟିକାର 10 କୋଟି ଡୋଜ ଏବଂ ଜିଡସ କ୍ୟାଡିଲା ଡିଏନଏ ଟିକାର ପାଞ୍ଚ କୋଟି ଡୋଜ ରହିଛି।

ସେହିପରି ଉପାନ୍ତ ଅଞ୍ଚଳରେ ମଧ୍ୟ ଟୀକାକରଣ ନେଇ କୌଣସି ସମସ୍ୟା ହେବ ନାହିଁ ବୋଲି କୋର୍ଟଙ୍କୁ କହିଛନ୍ତି କେନ୍ଦ୍ର ସରକାର । ଇଣ୍ଟର୍‌ନେଟ ସେବା ବାଧାପ୍ରାପ୍ତ ହେଲେ ବି ଟିକାକରଣରେ ସମସ୍ୟା ହେବ ନାହିଁ । ଦେଶରେ ୭୪.୪୫ ପ୍ରତିଶତ ଟିକାକରଣ ସେଣ୍ଟର କେବଳ ଗ୍ରାମାଞ୍ଚଳରେ ହୋଇଛି ବୋଲି ସରକାର କହିଛନ୍ତି । ଏପରିକି ଲଦାଖ, ତ୍ରିପୁରା ଏବଂ ଲାକ୍ଷାଦ୍ବୀପର ଦୁର୍ଗମ ଅଞ୍ଚଳରେ ଟୀକାକରଣର ହାର ଅଧିକ ରହିଛି ବୋଲି କେନ୍ଦ୍ର କହିଛି।

କେନ୍ଦ୍ର ସରକାର ମଧ୍ୟ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ, ଟିକା ନେଇଥିବା 19.12 କୋଟି (59 ପ୍ରତିଶତ) CoWIN ପ୍ଲାଟଫର୍ମରେ ବୁକ୍ କରିବା ପରିବର୍ତ୍ତେ ଅନ-ସାଇଟ୍ ପଞ୍ଜିକରଣ ପାଇଁ ଚୟନ କରିଛନ୍ତି । ଟିକା ନେଇଥିବା ଭାରତୀୟଙ୍କ ମଧ୍ୟରୁ ୧୯.୧୨(୫୯ ପ୍ରତିଶତ) କୋ-ୱିନ୍‌ ଆପରେ ପଞ୍ଜୀକରଣ କରିବା ପରିବର୍ତ୍ତେ କୋଭି୍‌ଡ ସେଣ୍ଟରରେ ହିଁ ବୁକିଂ କରି ଟିକା ନେଇଛନ୍ତି । ତେଣୁ ଇଣ୍ଟରନେଟ ପାଇଁ ଉପାନ୍ତ ଅଞ୍ଚଳରେ ଟିକାଦାନ ବାଧାପ୍ରାପ୍ତ ହେବ ନାହିଁ ବୋଲି କୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ସରକାର।

ବହୁ ସଂଖ୍ୟକ ଭାରତୀୟ ଘରୋଇ ଚିକିତ୍ସା ସେବା ଉପରେ ନିର୍ଭର କରନ୍ତି, ଯେଉଁଥିପାଇଁ ଆରମ୍ଭରୁ ଘରୋଇ ଡାକ୍ତରଖାନାକୁ ଟୀକାକରଣ ଡ୍ରାଇଭରେ ଜଡିତ କରାଯାଇଛି ବୋଲି କେନ୍ଦ୍ର କହିଛି।

ABOUT THE AUTHOR

...view details