ଓଡିଶା

odisha

ETV Bharat / bharat

Har Ghar Tiranga Abhiyan: ଇଣ୍ତୋ-ଚୀନ ସୀମାରେ ଉଡିବ ତ୍ରିରଙ୍ଗା

କେନ୍ଦ୍ର ସରକାର 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି । ଉତ୍ତରାଖଣ୍ତରେ ଥିବା ଶେଷ ଗାଁ ‘ମାନା’ (Mana)ରେ ମଧ୍ୟ ଉଡିବ ତ୍ରିରଙ୍ଗା । ଯାହା ଇଣ୍ତୋ ଚାଇନା ସୀମା ନିକଟରେ ରହିଛି । ଅଧିକ ପଢନ୍ତୁ

Har Ghar Tiranga Abhiyan:ଇଣ୍ତୋ ଚାଇନା ସୀମାରେ ଥିବା ମାନା ଗାଁରେ ଉଡିବ ତ୍ରିରଙ୍ଗା
Har Ghar Tiranga Abhiyan:ଇଣ୍ତୋ ଚାଇନା ସୀମାରେ ଥିବା ମାନା ଗାଁରେ ଉଡିବ ତ୍ରିରଙ୍ଗା

By

Published : Aug 6, 2022, 12:13 PM IST

ଡେରାଡୁନ: ୭୫ ତମ ସ୍ବାଧୀନତା ଦିବସ ଅବସରରେ ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଛି । ସ୍ବାଧୀନତା ଦିବସ ପାଳନ ପୂର୍ବରୁ 'ହର ଘର ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଉତ୍ତରାଖଣ୍ତରେ ଥିବା ଶେଷ ଗାଁ ‘ମାନା’ (Mana)ରେ ମଧ୍ୟ ତ୍ରିରଙ୍ଗା ଉଡିବ । ଯାହା ଇଣ୍ତୋ ଚାଇନା ସୀମା ନିକଟରେ ରହିଛି । ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଉତ୍ତରାଖଣ୍ତ ବିଜେପି ରାଜ୍ୟ ସଭାପତି (Mahendra Bhatt ) ମହେନ୍ଦ୍ର ଭଟ୍ଟଙ୍କୁ ଏ ଗୁରୁ ଦାୟିତ୍ବ ଦିଆଯାଇଛି । ମାନ ଗାଁର ପ୍ରତ୍ୟକ କୋଣ ଅନୁକୋଣରେ ତ୍ରିରଙ୍ଗା ଉଡାଇବାକୁ ଦଳୀୟ କର୍ମୀଙ୍କୁ ମଧ୍ୟ କୁହାଯାଇଛି ।

କେବଳ ମାନ ଗାଁ ନୁହେଁ ଏହାସହ ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନ (Nehru Mountaineering Institute) ଏବଂ (SDRF) ଏସଡିଆରଫର ଏକ ଟିମକୁ କେଦାରନାଥ ଧାମ ତ୍ରିରଙ୍ଗା ଉଡାଇବା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି । ଏନେଇ ପୋଲିସ ବିଭାଗ ମଧ୍ୟ କେଦାରନାଥ ଧାମରେ ପତାକା ଉତ୍ତୋଳନ କରିବ । ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି 'ହର ଘର ତ୍ରିରଙ୍ଗା ’ ଅଭିଯାନକୁ ସଫଳ କରିବା ପାଇଁ ବିଭିନ୍ନ ଏନଜିଓ ଓ ସଂଗଠନ ସହ ଏକ ବୈଠକ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ‘‘ପ୍ରାୟ ୨୦ ଲକ୍ଷ ଘରେ ତ୍ରିରଙ୍ଗା ଉଡିବ । ଏ ଅଭିଯାନକୁ ସଫଳ କରିବା ପାଇଁ ବିଭିନ୍ନ ଏନଜିଓକୁ ଦାୟିତ୍ବ ଦିଆଯାଇଛି ।’’

'ହର ଘର ତ୍ରିରଙ୍ଗା' ଅଭିଯାନ ମାଧ୍ୟମରେ କେନ୍ଦ୍ର ସରକାର ପ୍ରତ୍ୟେକ ଦେଶବାସୀଙ୍କ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ଯୋଜନା କରିଛନ୍ତି । ଏହି କାର୍ଯ୍ୟ ଲାଗି ସରକାର ପ୍ରାୟ ୨୦ କୋଟି ଘରକୁ ଲକ୍ଷ୍ୟ ରଖିଛନ୍ତି । ସରକାର ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ଯେ ଆସନ୍ତା ୧୩ରୁ ୧୫ ତାରିଖ ମଧ୍ୟରେ ଦେଶରେ ପ୍ରାୟ ୨୦ କୋଟିରୁ ଅଧିକ ଘର ଉପରେ ତ୍ରିରଙ୍ଗା ଉଡ଼ିବ । ଏଥିରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ସାମିଲ ରହିଛି ।

ABOUT THE AUTHOR

...view details