ଓଡିଶା

odisha

By

Published : Feb 1, 2023, 5:09 PM IST

ETV Bharat / bharat

Education Budget 2023: ଶିକ୍ଷା କ୍ଷେତ୍ରକୁ ସବୁଠୁ ଅଧିକ ଅର୍ଥ ଆବଣ୍ଟନ, 8% ବ୍ୟୟ ଅଟକଳ ବୃଦ୍ଧି

ଆର୍ଥିକ ବର୍ଷ ୨୦୨୩-୨୪ ଲାଗି ସର୍ବାଧିକ ଶିକ୍ଷା ବିଭାଗକୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି । ଶିକ୍ଷା କ୍ଷେତ୍ରକୁ ୧.୧୨ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ପୂର୍ବ ଆର୍ଥିକ ବର୍ଷ ଅପେକ୍ଷା ଚଳିତ ବଜେଟରେ ୮ ପ୍ରତିଶତ ବ୍ୟୟ ଅଟକଳ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Education Budget 2023
Education Budget 2023

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ବଜେଟ ଉପସ୍ଥାପନା କରିଛନ୍ତି । ଏହି ବଜେଟରେ ଶିକ୍ଷା ମନ୍ତ୍ରଣାଳୟକୁ ଆସନ୍ତା ଆର୍ଥିକ ବର୍ଷ ଲାଗି ୧,୧୨,୮୯୮.୯୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଶିକ୍ଷା ମନ୍ତ୍ରଣାଳୟକୁ ସବୁଠୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି । ଗଣଶିକ୍ଷା ବିଭାଗକୁ ୬୮,୮୦୪.୮୫ କୋଟି ଟଙ୍କା ଓ ଉଚ୍ଚ ଶିକ୍ଷା ବିଭାଗକୁ ୪୪,୦୯୪.୬୨ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ଆର୍ଥିକ ବର୍ଷରେ ଶିକ୍ଷା ମନ୍ତ୍ରଣାଳୟର ବ୍ୟୟ ଅଟକଳ ୮ ପ୍ରତିଶତ ବୃଦ୍ଧି ପାଇଛି ।

୨୦୨୨-୨୩ ଆର୍ଥିକ ବର୍ଷରେ ଶିକ୍ଷା ବିଭାଗକୁ ୧.୦୪,୨୭୭.୭୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏଥିରେ ଉଚ୍ଚ ଶିକ୍ଷା ବିଭାଗକୁ ୪୦,୮୨୮.୩୫ କୋଟି ଟଙ୍କା ବ୍ୟୟ ବରାଦ ରହିଥିବା ବେଳେ ଗଣଶିକ୍ଷା ବିଭାଗକୁ ୫୯,୦୫୨.୭୮ କୋଟି ଅର୍ଥ ବ୍ୟୟ ଅଟକଳ ରହିଥିଲା । ବିଦ୍ୟାଳୟ ଶିକ୍ଷା ବଜେଟରେ ସରକାର ସେଣ୍ଟ୍ରାଲ ସେକ୍ଟର ପ୍ରୋଜେକ୍ଟ, ଶିକ୍ଷକଙ୍କୁ ଜାତୀୟ ସମ୍ମାନ, ପ୍ରଧାନମନ୍ତ୍ରୀ ଇନୋଭେଟିଭ ଲର୍ଣ୍ଣିଂ ପ୍ରୋଗ୍ରାମ (DHRUV) ଓ ନ୍ୟାସନାଲ ମିନ୍ସ କମ୍‌ ମେରିଟ ସ୍କଲରସିପ ସ୍କିମ ଲାଗି ୩୬୪.୧ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ସେହିପରି ସ୍ବୟଂଶାସିତ ଅନୁଷ୍ଠାନର ଖର୍ଚ୍ଚ ଲାଗି ୨୦୨୩-୨୪ ଆର୍ଥିକ ବର୍ଷରେ ୧୪,୩୯୧.୩୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଏହା ବି ପଢନ୍ତୁ- Union Budget 2023: ଫୋକସରେ ନିର୍ବାଚନ, ଆଦିମ ଜନଜାତି ବିକାଶ ଲାଗି ୧୫ହଜାର କୋଟି

ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (KVS) ଲାଗି ୮୩୬୩.୯୮ କୋଟି, ନବୋଦୟ ବିଦ୍ୟାଳୟ ସମିତି ଲାଗି ୫୪୮୬.୫୦ କୋଟି, ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ଲାଗି ୫୧୮.୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଦ୍ୟାଳୟ ଶିକ୍ଷା ଯୋଜନାରେ ସରକାର ଖର୍ଚ୍ଚ କରିବେ ୩୭,୪୫୩.୪୭ କୋଟି ଅର୍ଥ । ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ (PM POSHAN)ରେ ଖର୍ଚ୍ଚ ହେବ ୧୧,୬୦୦ କୋଟି ଟଙ୍କା । ସେହିପରି ଉଚ୍ଚ ଶିକ୍ଷା ବଜେଟରେ ପିଏ ଉଚ୍ଚତର ଶିକ୍ଷା ପ୍ରୋତ୍ସାହନ (PM-USP) ଲାଗି ୧୫୫୪ କୋଟି ଟଙ୍କା ଖର୍ଚ୍ଚ ହେବ । ପିଏମ ରିସର୍ଚ୍ଚ ଫେଲୋସିପ ଲାଗି ୪୦୦କୋଟି ଅର୍ଥ ଖର୍ଚ୍ଚ ହେବ ।

ଏହା ବି ପଢନ୍ତୁ- Union Budget 2023: ବଜେଟରେ 7 ଦିଗକୁ ପ୍ରାଥମିକତା, ଜାଣନ୍ତୁ କଣ

ଡିଜିଟାଲ ଶିକ୍ଷା ଲାଗି ସରକାର ୪୨୦ କୋଟି ଟଙ୍କା ଖର୍ଚ୍ଚ କରିବେ । ୨୦୨୨-୨୩ ଆର୍ଥିକ ବର୍ଷଠାରୁ ଚଳିତ ବର୍ଷ ୫ କୋଟି ଟଙ୍କା ଅଧିକ ବ୍ୟୟ କରାଯିବ । ମୋଟ ରୂପେ ରିସର୍ଚ୍ଚ ଓ ଇନୋଭେସନ ଲାଗି ୨୧୦.୬୧କୋଟି ଟଙ୍କା ଖର୍ଚ୍ଚ ହେବ । UGC ଓ AICTE ଲାଗି ଯଥାକ୍ରମେ ମୋଟ ୫୩୬୦ କୋଟି ଓ ୪୨୦ କୋଟି ଟଙ୍କା ଖର୍ଚ୍ଚ ହେବ । IIT ଅନୁଷ୍ଠାନ ଲାଗି ୯୬୬୧.୫୦ କୋଟି ଓ NIT ଓ IIEST ଲାଗି ୪୬୨୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଚଳିତ ବଜେଟରେ ସମସ୍ତ ମନ୍ତ୍ରଣାଳୟଠାରୁ ଅଧିକ ଅର୍ଥ ଆବଣ୍ଟନ ଶିକ୍ଷା ବିଭାଗକୁ ଦିଆଯାଇଛି ।

ABOUT THE AUTHOR

...view details