ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା ପଛରେ ଚୀନ: ହରିୟାଣା ଶିକ୍ଷାମନ୍ତ୍ରୀ

ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସା ଘଟଣାରେ ନିନ୍ଦା କରିବା ସହ ଚୀନ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ହରିୟାଣା ଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ....

By

Published : Jan 27, 2021, 7:39 PM IST

କୃଷକ ଆନ୍ଦୋଳନ ବେଳେ ହିଂସା ପଛରେ ଚୀନ : ହରିୟାଣା ଶିକ୍ଷାମନ୍ତ୍ରୀ
କୃଷକ ଆନ୍ଦୋଳନ ବେଳେ ହିଂସା ପଛରେ ଚୀନ : ହରିୟାଣା ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ:ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସା ଘଟଣାରେ ନିନ୍ଦା କରିବା ସହ ଚୀନ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ହରିୟାଣା ଶିକ୍ଷା ମନ୍ତ୍ରୀ କଓ୍ବାରପାଲ ଗୁର୍ଜର । ସେ କହିଛନ୍ତି ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ ଓ ଲାଲକିଲ୍ଲା ଉପରେ ଚଢି ଝଣ୍ଡା ଉଡାଇବା ନିହାତି ଦୁର୍ଭାଗ୍ୟଜନକ ଓ ଏଥିରେ ଚୀନର ହାତ ଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି ।

କୃଷକ ଆନ୍ଦୋଳନ ବେଳେ ହିଂସା ପଛରେ ଚୀନ : ହରିୟାଣା ଶିକ୍ଷାମନ୍ତ୍ରୀ

ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସାମଗ୍ରିକ ଭାବେ ଏହି ହିଂସାତ୍ମକ ଆନ୍ଦୋଳନରେ ଚୀନର ପ୍ରତ୍ୟକ୍ଷ ଭୂମିକା ଥିବା ପରି ମନେ ହେଉଛି । ଭାରତରେ ଏପରି ଅସ୍ଥିରତା ସୃଷ୍ଟି କରିବା ଫଳରେ ଚୀନକୁ ଲାଭଦାୟକ ହେବ ଏବଂ ନିବେଶ ଦୃଷ୍ଟିକୋଣରୁ ଏବଂ ଭାରତ ଏବଂ ଚୀନ୍ ମଧ୍ୟରେ ପରିସ୍ଥିତି କିପରି ଚାଲିଛି। ଉଭୟକୁ ଦେଖିଲେ କୁହାଯାଇପାରେ ଯେ ଏହି ଆନ୍ଦୋଳନ ପଛରେ କମ୍ୟୁନିଷ୍ଟମାନଙ୍କର ମଧ୍ୟ ହାତ ଅଛି ।

ସେ ଅନ୍ୟପଟେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏପରି ହିଂସା ଘଟାଇଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ଥିବା କଥା ସେ ଦାବି କରିଛନ୍ତି । ଦିଲ୍ଲୀରେ ଗତକାଲି ଘଟିଥିବା ହଂସାରେ ବହୁ ଅଜଣା ବ୍ୟକ୍ତିଙ୍କ ନାଁରେ ଏତଲା ହେବା ସହ ଏବେ ସୁଦ୍ଧା ଗିରଫଦାରୀ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଦୁଇ ସଂଗଠନ ଏହି ଆନ୍ଦୋଳନରୁ ଓହରିଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ।

ମଙ୍ଗଳବାର ହିଂସା ଘଟାଇଥିବା ଉକ୍ତ ହିଂସାକାରୀ ମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛି ଦିଲ୍ଲୀ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details