ଓଡିଶା

odisha

Donation From Parents: ଅଭିଭାବକଙ୍କୁ 100 ଟଙ୍କା ଲେଖାଏଁ ମାଗିଥିଲେ, ବିବାଦ ପରେ ହଟିଲା ସର୍କୁଲାର

By

Published : Oct 22, 2022, 10:46 PM IST

ବିବାଦ ପରେ ଡୋନେସନ ସର୍କୁଲାର ପ୍ରତ୍ୟାହାର କଲା କର୍ଣ୍ଣାଟକ ଶିକ୍ଷା ବିଭାଗ (Education dept Withdraws Donation Circular after the controversy)। ଅଭିଭାବକଙ୍କୁ 100 ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ସର୍କୁଲାର ଜାରି କରିଥିଲା ଶିକ୍ଷା ବିଭାଗ । ହଙ୍ଗମା କରିଥିଲେ ବିରୋଧୀ । ସ୍ପଷ୍ଟୀକରଣ ରଖିଲେ ରାଜ୍ୟ ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ

Donation Circular controversy: ବିବାDonation Circular controversy: ବିବାଦ ପରେ ସର୍କୁଲାର ପ୍ରତ୍ୟାହାର କଲା କର୍ଣ୍ଣାଟକ ଶିକ୍ଷା ବିଭାଗଦ ପରେ ସର୍କୁଲାର ପ୍ରତ୍ୟାହାର କଲା କର୍ଣ୍ଣାଟକ ଶିକ୍ଷା ବିଭାଗ
Donation Circular controversy: ବିବାଦ ପରେ ସର୍କୁଲାର ପ୍ରତ୍ୟାହାର କଲା କର୍ଣ୍ଣାଟକ ଶିକ୍ଷା ବିଭାଗ

ବେଙ୍ଗାଲୁରୁ:ବିଦ୍ୟାଳୟ ସଶକ୍ତିକରଣ ଏବଂ ମନିଟରିଂ କମିଟି (SDMCs)କୁ ଆର୍ଥିକ ଭାବେ ସାହାଯ୍ୟ କରିବା ପାଇଁ ଅଭିଭାବକଙ୍କୁ ଶହେ ଟଙ୍କା ଲେଖାଏଁ ପ୍ରଦାନ କରିବା ନେଇ ସର୍କୁଲାର ଜାରି କରିଥିଲା କର୍ଣ୍ଣାଟକ ଶିକ୍ଷା ବିଭାଗ । ତେବେ ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ବିବାଦ ଓ ବିରୋଧ ଦେଖିବାକୁ ମିଳିବା ପରେ ସମ୍ପୃକ୍ତ ସର୍କୁଲାରକୁ ବିଭାଗ ପକ୍ଷରୁ ପ୍ରତ୍ୟାହାର କରାଯାଇଛି (Education dept Withdraws Donation Circular after the controversy) । ରାଜ୍ୟ ଶିକ୍ଷାମନ୍ତ୍ରୀ ବି.ସି ନାଗେଶଙ୍କ ନିର୍ଦ୍ଦେଶ ପରେ ଏହା ପ୍ରତ୍ୟାହାର ହୋଇଥିବା ବେଳେ ଏହା କେଉଁ ପରିସ୍ଥିତିରେ ଜାରି ହେଲା ତାହା ମନ୍ତ୍ରୀ ଜାଣିନଥିବା କହିଛନ୍ତି ।

ଶିକ୍ଷା ବିଭାଗର ଏପରି ନିୟମ ପରେ ରାଜ୍ୟରେ ବିରୋଧୀ ହଙ୍ଗାମା କରିଥିଲେ । ବିରୋଧୀ ଦଳ ନେତା ସିଦ୍ଧରମୈୟା ଏହାକୁ ନେଇ ବୋମ୍ମାଇ ସରକାରଙ୍କୁ ଘେରିବା ସହ ତୁରନ୍ତ ଏହି ନିୟମକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । ଅକ୍ଟୋବର 19 ରେ ବିଭାଗ ଦ୍ବାରା ଜାରି ହୋଇଥିବା ଏହି ସର୍କୁଲାରକୁ ମାତ୍ର 48 ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି ।

ତେବେ ଏହି ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ନାଗେଶ କହିଥିଲେ, ସେ ବିଭାଗ ଦ୍ବାରା ଜାରି କରାଯାଇଥିବା ଏହି ସର୍କୁଲାର ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ନୁହନ୍ତି । ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ଅଭିଭାବକଙ୍କ ଠାରୁ 100 ଟଙ୍କା ଲେଖାଏ ସଂଗ୍ରହ କରିବା ପାଇଁ ଶିକ୍ଷା ବିଭାଗ କମିଶନରଙ୍କ ନିର୍ଦ୍ଦେଶରେ ଏପରି କରାଯାଇଛି । ଏହା ତାଙ୍କର କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଗୋଚରରେ ହୋଇନାହିଁ । ତେବେ ଲୋକେ ଏହାକୁ ନବୁଝି ଭିନ୍ନ ପ୍ରତିକ୍ରିୟା ରଖୁଥିବା ସେ ପ୍ରତିକ୍ରିୟାରେ କହିଥିଲେ ।


ଆହୁରି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ବିଦ୍ୟାଳୟ ସଶକ୍ତିକରଣ ଏବଂ ମନିଟରିଂ କମିଟି ପରାମର୍ଶ କ୍ରମେ ଶିକ୍ଷା ବିଭାଗ କମିଶନର ଏହି ସର୍କୁଲାର ଜାରି କରିଥାଇ ପାରନ୍ତି । ସର୍କୁଲାର ଜାରି କରିବା ବେଳେ ଏହାକୁ ସରକାରଙ୍କ ନଜରକୁ ଆଣିବା ଆବଶ୍ୟକ ନଥାଏ । ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବିଦ୍ୟାଳୟର ବିକାଶ ପାଇଁ ସ୍ଥାନୀୟ ସ୍ତରରେ ପାଣ୍ଠି ସଂଗ୍ରହର ବ୍ୟବସ୍ଥା ଶିକ୍ଷା ଅଧିକାର ଅଧିନିୟମ (RTE Act) ରେ କରାଯାଇଛି । ତେବେ ସେ ବର୍ତ୍ତମାନ ଜାରି ହୋଇଥିବା ସର୍କୁିଲାର ଏକ ନିୟମ ବା ନିର୍ଦ୍ଦେଶ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details