ନୂଆଦିଲ୍ଲୀ: ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଇଡି (Enforcement Directorate) ନୋଟିସ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ । ସୋନିଆଙ୍କ ସହ ରାହୁଲ ଗାନ୍ଧିଙ୍କୁ ମଧ୍ୟ ନୋଟିସ କରିଛି ଇଡି । ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ନୋଟିସ କରିଛି ଇଡି । ଜୁନ 8ରେ ଇଡି ଅଫିସରେ ହାଜର ହେବାରୁ ନିର୍ଦ୍ଦେଶ ହୋଇଛି । ଯାହା ଗାନ୍ଧୀ ପରିବାର ପାଇଁ ଅଡୁଆ ବଢାଇଛି ।
୨୦୧୫ରୁ ବନ୍ଦ ପଡିଥିବା ଏହି ପୁରୁଣା ମାମଲାକୁ ପୁଣି ଖୋଲା ଯାଇଛି। ଏହି ମାମଲାରେ ରାହୁଲ ଓ ସୋନିଆଙ୍କୁ ପଚରାଉଚରା କରିବା ପାଇଁ ଜୁନ୍ ୮ ତାରିଖରେ ଇଡି କାର୍ଯ୍ୟକାଳରେ ହାଜର ହେବାକୁ କୁହାଯାଇଛି । ରାହୁଲ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି । ଯଦି ସେ ୮ ତାରିଖ ସୁଦ୍ଧା ନ ଆସନ୍ତି ତେବେ ହାଜର ହେବା ପାଇଁ ଇଡିକୁ ଅଧିକ ସମୟ ମାଗିବେ । ଏ ମାମଲାକୁ ନେଇ ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି । ମୋଦି ସରକାର ଇଡିର ବ୍ୟବହାର କରି ପ୍ରତିଶୋଧ ପରାୟଣ ହୋଇଥିବା କହିଛନ୍ତି । ଆମେ ଭୟଭୀତ ହେବୁ ନାହିଁ କି ନଇଁବୁ ନାହିଁ । ଲଢ଼େଇ କରିବୁ ବୋଲି କହିଛନ୍ତି ଦଳର ମୁଖପାତ୍ର ।