ଓଡିଶା

odisha

By

Published : Nov 28, 2021, 8:50 PM IST

ETV Bharat / bharat

Amazon Indiaକୁ ED ସମନ, ଏକ ଚୁକ୍ତି ସମ୍ପର୍କିତ ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ

Amazon Indiaକୁ ED ସମନ । Future Group ସହ କରିଥିବା ଏକ ଚୁକ୍ତି ସମ୍ପର୍କରେ ତଥ୍ୟ ଦଖଲ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Amazon India କୁ ED ସମନ, ଏକ ଚୁକ୍ତି ସମ୍ପର୍କିତ ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ
Amazon India କୁ ED ସମନ, ଏକ ଚୁକ୍ତି ସମ୍ପର୍କିତ ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆମାଜନ ଇଣ୍ଡିଆକୁ ଇଡି ସମନ(ED summons Amazon India) । Future Group ସହ ଏକ ବିବାଦୀୟ ଚୁକ୍ତି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆମାଜନ ଇଣ୍ଡିଆର ଦେଶ ମୁଖ୍ୟ ଅମିତ ଅଗ୍ରଓ୍ବାଲ ଏବଂ ଅନ୍ୟ ଅଧିକାରୀଙ୍କ ସମେତ Future Group ମୁଖ୍ୟ କିଶୋର ବିୟାନୀଙ୍କୁ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ ଜାରି କରିଛି । ଫ୍ୟୁଚର କୁପନ୍ସ ପ୍ରାଇଭେଟ ଲିମିଟେଡ୍ (FCPL) ସହିତ Amazonର କରିଥିବା ଚୁକ୍ତିରେ ବୈଦେଶିକ ବିନିମୟ ପରିଚାଳନା ଆଇନ (Foreign Exchange Management Act,FEMA) ସମ୍ପର୍କିତ ସର୍ତ୍ତାବଳୀ ଖିଲାପ କରାଯାଇଥିବା ସନ୍ଦେହରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସୂଚନାନୁସାରେ, ଉଭୟ ସଂସ୍ଥାର ଅଧିକାରୀଙ୍କୁ ଡିସେମ୍ବର 6 ତାରିଖରେ ଦିଲ୍ଲୀରେ କେନ୍ଦ୍ରୀୟ ଏଜେନ୍ସି (ED) ମୁଖ୍ୟାଳୟରେ ହାଜର ହେବାକୁ ନୋଟିସରେ ଦର୍ଶାଯାଇଛି । ସେହପରି ଉଭୟ ସଂସ୍ଥା ମଧ୍ୟରେ ହୋଇଥିବା ରାଜିନାମା ସମ୍ପର୍କିତ କାଗଜପତ୍ର ମଧ୍ୟ ଦାଖଲ କରିବାକୁ କୁହାଯାଇଛି । ସେହିପରି 2019 ମସିହାରେ FCPLର 49% ଅଂଶଧନ କିଣିବା ପାଇଁ ଆମାଜନ FEMA ସର୍ତ୍ତାବଳୀ ଉଲ୍ଲଂଘନ କରିଛି କି ନାହିଁ ତାହାର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସମନ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଆମାଜନ କର୍ତ୍ତୃପକ୍ଷ । ସଂସ୍ଥାର ମୁଖପାତ୍ର କହିଛନ୍ତି, ଫ୍ୟୁଚର ଗ୍ରୁପ ସହ ହୋଇଥିବା ଚୁକ୍ତି ସମ୍ପର୍କରେ ହାଜର ହୋଇ ତଥ୍ୟ ରଖିବାକୁ ହୋଇଥିବା ସମନ ନୋଟିସ ଗ୍ରହଣ କରିଛୁ, ଏହାକୁ ଆମେ ତର୍ଜମା କରୁଛୁ ଓ ସଠିକ ସମୟରେ ଆମେ ପକ୍ଷ ରଖିବୁ ।

@ANI

ABOUT THE AUTHOR

...view details