ଥିରୁଅନନ୍ତପୁରମ:ଦିନକୁ ବଢୁଛି ବେଆଇନ ସୁନା ଚାଲାଣ କାରବାର । କେରଳରେ ଚୋରା ସୁନା ଚାଲାଣ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସଫଳତା ମିଳିଛି । ଅଭିଯୁକ୍ତ ପାଖରୁ 1କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଛି ।
ସୂଚନାଅନୁସାରେ, କିଛି ଦିନ ତଳେ କେରଳ ବିମାନ ବନ୍ଦରରୁ ଚୋରା ସୁନା ଚାଲାଣ ଅଭିଯୋଗ ସ୍ବପ୍ନା ସୁରେଶ,ସରିଥ ପିଏସ୍ ଏବଂ ସନ୍ଦୀପ ନାୟାର ନାମକ ବ୍ୟକ୍ତିକୁ ଗିରଫ କରିଥିଲା କେରଳ ପୋଲିସ । ଘଟଣାର ତଦନ୍ତ ଭାର ଇଡିକୁ ହସ୍ତାନ୍ତର କରାଯାଇଥିଲା । ଗୁରୁବାର ଅଭିଯୁକ୍ତକୁ ଇଡିର ଜେରା କରିବା ପରେ ତାଙ୍କ ପାଖରୁ 1 କୋଟି 85ଲକ୍ଷ ଟଙ୍କା ଜବତ ହୋଇଛି ।