କୋଲକାତା:ପଶ୍ଚିମବଙ୍ଗର 12ଟି ସ୍ଥାନରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ଚଢାଉ କରିଛି । ତେବେ ଦିଲ୍ଲୀର କୌଣସି ଅର୍ଥ ହେରଫେର ଘଟଣା ଯୋଗୁଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗ ଆସି ଚଢାଉ କରିଥିବା ଜଣାପଡିଛି ।
ପଶ୍ଚିମବଙ୍ଗରେ 12ଟି ସ୍ଥାନରେ ଇଡ଼ିର ଚଢାଉ - 12ଟି ସ୍ଥାନରେ ଇଡ଼ିର ଚଢାଉ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ପଶ୍ଚିମବଙ୍ଗର 12ଟି ସ୍ଥାନରେ ଚଢାଉ କରିଛି । ଅଧିକ ପଢନ୍ତୁ...
![ପଶ୍ଚିମବଙ୍ଗରେ 12ଟି ସ୍ଥାନରେ ଇଡ଼ିର ଚଢାଉ ED searches at 12 locations in West Bengal](https://etvbharatimages.akamaized.net/etvbharat/prod-images/768-512-10200528-thumbnail-3x2-ed.jpg)
ପଶ୍ଚିମବଙ୍ଗର 12ଟି ସ୍ଥାନରେ ଇଡ଼ିର ଚଢାଉ
ଦିଲ୍ଲୀର ଅର୍ଥ ହେରଫେର ଘଟଣା ଯୋଗୁଁ ଇଡିର କିଛି କର୍ମଚାରୀ ପଶ୍ଚିମବଙ୍ଗର 12ଟି ସ୍ଥାନକୁ ଯାଇ ଯାଞ୍ଚ କରିଛି । ଏହି ଘଟଣାରେ ଜଡିତ ଥିବା ପଶ୍ଚିମବଙ୍ଗର କିଛି ଲୋକଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଇଡ଼ିର କର୍ମକର୍ତ୍ତାମାନେ ଚଢାଉ କରି ଯାଞ୍ଚ କରିଛନ୍ତି । ଇଡି କାର୍ଯ୍ୟାଳୟ ପକ୍ଷରୁ ଏଭଳି ହଠାତ ଚଢାଉ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନଥିବା ବେଳେ ଏ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ଇଡି଼ ମନା କରିଦେଇଛି । ତେବେ ଦିଲ୍ଲୀର ଏହି ଅର୍ଥ ହେରଫେର ମାମଲାଟି ସିବିଆଇ ଅଧିନରେ ଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ