ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ଘୋଟାଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ସଂସ୍ଥାର କାର୍ଯ୍ୟାଳୟ ‘ହେରାଲ୍ଡ ହାଉସ’କୁ ସିଲ କରିଛି ଘୋଟାଲାର ତଦନ୍ତ କରୁଥିବା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ ଏହାକୁ ଖୋଲାଯାଇ ପାରିବ ନାହିଁ ବୋଲି ED କହିଛି । ଗତକାଲି କାର୍ଯ୍ୟାଳୟ ସମେତ ଏକାଧିକ ସ୍ଥାନରେ ଚଢାଉ କରିଥିଲା ସଂସ୍ଥା ।
ନ୍ୟାସନାଲ ହେରାଲ୍ଡ ଅଫିସ ସିଲ କଲା ED
ନ୍ୟାସନାଲ ହେରାଲ୍ଡ ଅଫିସ ସିଲ କଲା ED । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ ନଖୋଲିବା ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ
ନ୍ୟାସନାଲ ହେରାଲ୍ଡ ଅଫିସ ସିଲ କଲା ED
ଏହି ବହୁ ଚର୍ଚ୍ଚିତ ମାମଲାର ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା ଜାରିରଖିଛି ତଦନ୍ତକାରୀ ସଂସ୍ଥା । ସେହିପରି ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ମାରାଥନ ଜେରାର ସାମ୍ନା କରି ସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ