ମୁମ୍ବାଇ:ଶିବସେନାର ପୂର୍ବତନ ସାଂସଦ ଆନନ୍ଦରାଓ ଅଦସୁଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିବା ସୂଚନା ମିଳିଛି । ଆନନ୍ଦରାଓଙ୍କ ଘର ସମେତ ତାଙ୍କ ପୁଅ କ୍ୟାପଟେନ ଅଭିଜିତ ଅଦସୁଲ ଓ ଜ୍ବାଇଁଙ୍କ ଘର ଓ ଆଉ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଇଡି଼ ।
ଆନନ୍ଦରାଓଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିବା ସମୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମୁମ୍ବାଇ ସିଟି କୋ-ଅପରେଟିଭ ବ୍ୟାଙ୍କରୁ ୯୦୦ କୋଟି ଠକେଇ ଘଟଣା ଅଭିଯୋଗରେ ଏହି ଚଢାଉ କରିଛି ଇଡ଼ି । ଏହାସହିତ ଆଜି(ସୋମବାର) ଇଡ଼ି କାର୍ଯ୍ୟାଳୟରେ ଆନନ୍ଦରାଓଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି ।