ଓଡିଶା

odisha

ETV Bharat / bharat

ଆପ ସାଂସଦ ସଞ୍ଜୟ ସିଂହଙ୍କ ଘରେ ଇଡି ରେଡ

ଦିଲ୍ଲୀର ଆଫ ସାଂସଦ ସଞ୍ଜୟ ସିଂହଙ୍କ ଘରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ କରିଛି । ଅବକାରୀ ନୀତି ଘୋଟାଲା ମାମଲାରେ ରେଡ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ED raids at MP Sanjay Singh Residence
ଆପ ସାଂସଦ ସଞ୍ଜୟ ସିଂହଙ୍କ ଘରେ ଇଡି ରେଡ

By ETV Bharat Odisha Team

Published : Oct 4, 2023, 8:05 AM IST

Updated : Oct 4, 2023, 8:26 AM IST

ନୂଆଦିଲ୍ଲୀ: ଇଡି ରାଡାରରେ ଆପ ନେତା । ସକାଳୁ ସକାଳୁ ସାଂସଦଙ୍କ ଘରେ ପଶିଲ ଇଡି । ଦିଲ୍ଲୀର ଆପ ସାଂସଦ ସଞ୍ଜୟ ସିଂହଙ୍କ ଘରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ କରିଛି । ଦିଲ୍ଲୀ ବାସଭବନରେ ଇଡି ଟିମର ଚଢାଉ ହୋଇଥିଲା ସୂଚନା ମିଳିଛି । ଦିଲ୍ଲା ଅବକାରୀ ଦୁର୍ନୀତି ଘୋଟାଲାରେ ଏହି ଛାପା ମରାଯାଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି ।

ଆଜି ସକାଳୁ ଆପ ରାଜ୍ୟ ସଭା ସାଂସଦ ସଞ୍ଜୟ ସିଂହଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛାପା ମାରିଛି । କୁହାଯାଉଛି କି ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ଘୋଟାଲା ମାମଲାକୁ ନେଇ ଇଡି ଏହି ରେଡ କରିଛି । ଏହା ପୂର୍ବରୁ ସଞ୍ଜୟ ସିଂହଙ୍କ ଘନିଷ୍ଠଙ୍କ ଘରେ ମଧ୍ୟ ରେଡ କରିଥିଲା ଇଡି । ମଦ ଦୁର୍ନୀତି ଚାର୍ଜସିଟରେ ସଞ୍ଜୟ ସିଂହଙ୍କ ନାମ ଥିଲା । ଇଡି ତାର ଚାର୍ଜସିଟିରେ ଏହା ଅଭିଯୋଗ କରିଥିଲା କି ମଦ ଦୁର୍ନୀତି ଘୋଟାଲାରେ ଅଭିଯୁକ୍ତ ବ୍ୟବସାୟୀ ଦିନେଶ ଅରୋରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିବନ୍ଦ କେଜ୍ରିୱାଲଙ୍କ ସହ ସାକ୍ଷାତ କରିଥିଲା । ଏହି ବୈଠକରେ ସଞ୍ଜୟ ସିଂହ ଉପସ୍ଥିତ ଥିଲେ । ଦିନେଶ ଆରୋରା ଦେଇଥିବା ବୟାନରେ ପ୍ରଥମେ ସେ ସଞ୍ଜୟ ସିଂହଙ୍କୁ ଭେଟିଥିବା କହିଥିଲା । ଏହା ପରେ ସେ ମନୀଷ ସିସୋଦିଆଙ୍କୁ ଭେଟିଥିଲା ।

ସଞ୍ଜୟ ସିଂହ ଗତକାଲି ରାତିରେ ମହିଳା ସଶକ୍ତିକରଣ ଉପରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ତାଇବାନ ଗସ୍ତ କରିବାର ଥିଲା ମାତ୍ର ସରକାର ତାଙ୍କୁ ରଜନୈତିକ ମଞ୍ଜୁରୀ ଦେଇନଥିଲେ ଫଳରେ ସେ ତାଇବାନ ଗସ୍ତ କରି ପାରିନଥିଲେ । ଆଜି ସକାଳୁ ଇଡି ତାଙ୍କ ବାସ ଭବନରେ ରେଡ କରିଛି । ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ।

ଏହା ବି ପଢନ୍ତୁ...ସଂସଦରେ ବିଶୃଙ୍ଖଳା; 3 AAP ସାଂସଦ ନିଲମ୍ବିତ, ସଞ୍ଜୟ ସିଂହଙ୍କୁ ଉଠାଇନେଲେ ମାର୍ଶାଲ

ଏହା ବି ପଢନ୍ତୁ...Delhi liquor scam: ଇଡି ଚାର୍ଜସିଟରେ ରାଘବ ଓ ସଞ୍ଜୟ ସିଂଙ୍କ ନାମ ! ଖବରକୁ ଭୁଲ କହିଲେ ଚଡ୍ଡା

କିଛି ଦିନ ତଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟରେ ଆପ ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଓ ସଞ୍ଜୟ ସିଂଙ୍କ ନାମ ଥିବା କଥା ସୂଚନା ମିଳିଥିଲା । ମାତ୍ର ଏହାକୁ ଖଣ୍ଡନ କରିଥିଲେ ସାଂସଦ ରାଘବ ଚଡ୍ଡା । ଖବର ଭୁଲ ସହି ଏହାକୁ ପ୍ରସାରଣ ବନ୍ଦ କରିବାକୁ କହିଥିଲେ ସାଂସଦ ।

କେବଳ ଆପ ନେତାଙ୍କୁ ଇଡି ଟାର୍ଗେଟ କରୁଥିବା ଚର୍ଚ୍ଚା ହେଉଛି । ପ୍ରଥମେ ମନି ଲଣ୍ଡିଂ ମାମଲାରେ ସତୈନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଥିଲା । ଏହାପରେ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ କରାଯାଇଥିଲା । ଏବେ ଇଡି ରାଡାରରେ ସାଂସଦ ସଞ୍ଜୟ ସିଂହ ରହିଛନ୍ତି । ଆଜି ସକାଳୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଡି ଛାପା ମାରିଛି । ବହୁଚର୍ଚ୍ଚିତ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହେବା ପରେ ସିସୋଦିଆଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାମିନ ମିଳିନି । ସେ ଏକାଧିକ ଥର ଜାମିନ ଆବେଦନ କରି ମଧ୍ୟ ନିରାଶ ହୋଇଛନ୍ତି ।

Last Updated : Oct 4, 2023, 8:26 AM IST

ABOUT THE AUTHOR

...view details