ଲକ୍ଷ୍ନୌ:ଉତ୍ତର ପ୍ରଦେଶ ଭଦୋହୀର ଜଣେ କାର୍ପେଟ ଡିଲରଙ୍କ ଦୁଇଟି ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଭଦୋହୀର କାର୍ପେଟ ଡିଲର ମେସର୍ସ କାକା କର୍ପୋରେଟସ ଏବଂ କାକା ଓଭରସିଜର ଦୁଇଟି ଠିକଣାରୁ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମିଳିଛି।
ବିଦେଶ ଖାତାକୁ କାର୍ପେଟ କମ୍ପାନୀ ବେଆଇନ ଭାବେ 1500 କୋଟି ଟଙ୍କା ପଠାଯାଇଥିବା ମାମଲାର ଯାଞ୍ଚ କରୁଛି ଇଡି। ଏଥି ସହିତ ଏହି ଚଢାଉ ସମୟରେ ବ୍ୟାଙ୍କ ଆକାଉଣ୍ଟ ସହ ଜଡିତ ସମ୍ପତ୍ତିର କିଛି ଡକ୍ୟୁମେଣ୍ଟ ଏବଂ କମ୍ପ୍ୟୁଟରର ହାର୍ଡ ଡିସ୍କ ଇଡି ଜବତ କରିଛି। ତେବେ ଏହି ମାମଲାରେ ଇଡି ଅନ୍ୟ ରାଜ୍ୟର 7ଟି ସ୍ଥାନରେ ଚଢାଉ କରିଛି। ମାମଲାରେ କାର୍ପେଟ ବ୍ୟବସାୟୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି।