ମୁମ୍ବାଇ: ଶିବସେନା ମୁଖପାତ୍ର ସଞ୍ଜୟ ରାୱତଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଚଢାଉ । ଆଜି ସକାଳେ ତାଙ୍କ ବାସଭବନରେ ଚଢାଉ କରିଛି ଇଡି । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ(Patra Chawl land scam case) ମାମଲାରେ ସଞ୍ଜୟଙ୍କୁ ପଚରାଉଚରା କରିପାରେ ଇଡି । ଏହି ମାମଲାରେ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ ମଧ୍ୟ କରିପାରେ ବୋଲି ସୂଚନା ମିଳିଛି ।
Patra Chawl Land Scam Case: ସଞ୍ଜୟ ରାଉତଙ୍କ ଘରେ ପଶିଲା ଇଡି - ସଞ୍ଜୟ ରାଉତଙ୍କ ଘରେ ଇଡିର ଚଢାଉ
ଶିବସେନା ମୁଖପାତ୍ର ସଞ୍ଜୟ ରାୱତଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଚଢାଉ । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲା(Patra Chawl land scam case)ରେ ସଞ୍ଜୟଙ୍କୁ ପଚରାଉଚରା କରିପାରେ ଇଡି । ଅଧିକ ପଢନ୍ତୁ
ମୁମ୍ବାଇର ଗୋରେଗାଓଁରେ ପାତ୍ର ଚାଓ୍ବଲ ଲ୍ୟାଣ୍ଡରେ ଘୋଟାଲା ହୋଇଥିବା ନେଇ ବିଜେପି ନେତା କିର୍ତ୍ତୀ ସୋମାୟା ଇଡିରେ ଅଭିଯୋଗ କରିଥିଲେ। ଏହାପରେ ଜୁନ ୨୮ରେ ଇଡିରେ ହାଜର ହେବାକୁ ସମନ ଜାରି କରାଯାଇଥିଲା । କିନ୍ତୁ କୌଣସି କାର୍ଯ୍ୟରେ ଯୋଗ ଦେବାକୁ ଥିବାରୁ ED ନିକଟରେ ହାଜର ହେବାକୁ ସମୟ ମାଗିଥିଲେ ସଞ୍ଜୟ ରାଉତ । ଏହାପରେ ଜୁନ୧ରେ ହାଜର ହେବାକୁ ଦ୍ବିତୀୟ ଥର ସମନ ଜାରି କରିଥିଲା ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସଞ୍ଜୟ ପହଞ୍ଚିବା ପରେ ତାଙ୍କୁ ୧୦ ଘଣ୍ଟା ଜେରା କରାଯାଇଥିଲା ।
ଏନେଇ ସଞ୍ଜୟ ରାଉତ କହିଛନ୍ତି ଯେ, ''ବର୍ତ୍ତମାନ ହିଂସାତ୍ମକ ରାଜନୀତି ଚାଲିଛି ତେଣୁ ସେ ଇଡିକୁ ସମ୍ପର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି''। ଏହା ପୂର୍ବରୁ ସଞ୍ଜୟଙ୍କ ଘନିଷ୍ଠ ସହଯୋଗୀ ତଥା ଗୁରୁ ଆଶିଷ ନିର୍ମାଣ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପ୍ରବୀଣ ରାଉତଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ସଞ୍ଜୟଙ୍କ ପତ୍ନୀଙ୍କୁ ମଧ୍ୟ ସମନ ଜାରି କରିଥିଲା ତଦନ୍ତକାରୀ ସଂସ୍ଥା । ଏହି ଘୋଟାଲାରେ ସମ୍ପୃକ୍ତି ଅଭିଯୋଗରେ ରାଉତଙ୍କର କିଛି ସମ୍ପତ୍ତି ମଧ୍ୟ ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।