ନୂଆଦିଲ୍ଲୀ:ନ୍ୟାସନାଲ ହେରାଲ୍ଡ ଆର୍ଥିକ ଠକେଇ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଓ୍ବନ ବଂଶଲଙ୍କୁ ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଥିଲ । ଆଜି ପୂର୍ବାହ୍ନରେ ଇଡି ଅଧିକାରୀଙ୍କ ଦ୍ବାରା ତାଙ୍କ ବୟାନ ରେକର୍ଡ କରାଯାଇଛି । ଏହି ମାମଲାରେ ଇଡିର ତଦନ୍ତ ଜାରି ରହିଥିବା ବେଳେ ଏକାଧିକ ବରିଷ୍ଠ କଂଗ୍ରେସ ନେତା ତଦନ୍ତ ରାଡାରରେ ରହିଛନ୍ତି । ଗତକାଲି ED ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଲ୍ଲିକାର୍ଜୁନ ଖାଡ୍ଗେଙ୍କୁ ମଧ୍ୟ ଜେରା କରିଥିଲା ।
National Herald Case: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଓ୍ୱନ ବଂଶଲଙ୍କୁ EDର ଜେରା - ପର୍ବତନ କେନ୍ଦ୍ରମନ୍ତ୍ରୀ ପଓ୍ବନ ବଂଶଲଙ୍କୁ ଜେରା
ନ୍ୟାସନାଲ ହେରାଲ୍ଡ ଆର୍ଥିକ ଠକେଇ ମାମଲାରେ ଜେରାର ସମ୍ମୁଖୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଓ୍ବନ ବଂଶଲ । ଗତକାଲି ଜେରା ସାମ୍ନା କରିଥିଲେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ । ଅଧିକ ପଢନ୍ତୁ
National Herald Case: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଓ୍ବନ ବଂଶଲଙ୍କୁ EDର ଜେରା
ନ୍ୟାସନାଲ ହେରାଲ୍ଡ ଆର୍ଥିକ ଠକେଇ ମାମଲାରେ ଗତକାଲି କଂଗ୍ରେସ ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ 79 ବର୍ଷୀୟ ମଲ୍ଲିକାର୍ଜୁନ ଖାଡ୍ଗେଙ୍କୁ ED ଅଧିକାରୀମାନେ ଜେରା କରିବା ସହ ତାଙ୍କର ବୟାନ ରେକର୍ଡ କରିଥିଲେ । Prevention of Money Laundering Act (PMLA) ଅନୁସାରେ ଏହି ମାମଲାର ତଦନ୍ତ ଜାରି ରଖିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ANI