ମୁମ୍ବାଇ:ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଅଟକ । ଆଜି ପୂର୍ବାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଉତଙ୍କ ବାସଭବନରେ ଚଢାଉ କରିଥିଲା । ପ୍ରାୟ 7 ଘଣ୍ଟାର ଚଢାଉ ପରେ ତାଙ୍କୁ ତଦନ୍ତକାରୀ ସଂସ୍ଥା ଅଟକ ରଖିଥିବା ସୂଚନା ମିଳିଛି । ପାତ୍ର ଚାଓ୍ବଲା ଲ୍ୟାଣ୍ଡ ସ୍କାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ପରିସରରେ ରହିଛନ୍ତି ଶିବସେନା ମୁଖପାତ୍ର ତଥା ରାଜ୍ୟସଭା ସଞ୍ଜୟ ରାୱତ ଓ ତାଙ୍କ ପତ୍ନୀ । ଆଜି (ରବିବାର) ସକାଳୁ ରାଉତଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଅଧିକାରୀ ଚଢାଉ କରିଥିଲେ ।
ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଅଟକ ରଖିଲା ED, ଗିରଫ ସମ୍ଭାବନା - ସଂଞ୍ଜୟ ରାଉତଙ୍କୁ ଅଟକ ରଖିଲା ଇଡି
ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଅଟକ । ପାତ୍ର ଚାଓ୍ବଲା ଲ୍ୟାଣ୍ଡ ସ୍କାମରେ ବାସଭବନରେ ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ପରେ ଅହରାହ୍ନରେ ଅଟକ । ହୋଇପାରନ୍ତି ଗିରଫ । ଅଧିକ ପଢନ୍ତୁ
ତେବେ ଏକାଧିକ ଘଣ୍ଚାର ଚଢାଉ ପରେ କିଛି ସମୟ ପୂର୍ବରୁ ତାଙ୍କୁ ତଦନ୍ତକାରୀ ସଂସ୍ଥା ଅଟକ ରଖିଥିବା ସୂଚନା ମିଳିଛି । ତେବେ ଅନ୍ୟ ସୂଚନା ଅନୁସାରେ ତାଙ୍କୁ ପ୍ରାଥମିକ ଜେରା ଜାରି ରହିଛି ଏବଂ ଗିରଫ ମଧ୍ୟ କରାଯିବାର ସମ୍ଭାବନା ମଧ୍ୟ ରହିଛି । ତେବେ ଏହି ଘୋଟାଲାର ରାଉତ ଓ ତାଙ୍କ ପତ୍ନୀ ପୂର୍ବରୁ ଏକାଧିକ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ପାଇ ସାରିଛନ୍ତି ।
ଜୁନ ୧ ଓ ୨୮ ତାରିଖରେ ହାଜର ହେବା ପାଇଁ ରାଉତଙ୍କୁ ସମନ ଜାରି କରାଯାଇଥିଲେ ସୁଦ୍ଧା, କୌଣସି କାରଣ ଦର୍ଶାଇ ରାଉତ ତଦନ୍ତକାରୀ ସଂସ୍ଥା ନିକଟରୁ ଅଧିକ ସମୟ ମାଗିଥିଲେ । ତେବେ ଆଜି ତାଙ୍କ ବାସଭବନରେ ଚଢାଉ ପରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଟକ ରଖିଛି । ଶିବସୈନିକଙ୍କ ବିକ୍ଷୋଭ ଆଶଙ୍କା ଥିବାରୁ ରାଉତଙ୍କ ଘର ସାମ୍ନାରେ ବ୍ୟାପକ ପୋଲିସ ମଧ୍ୟ ନୟୋଜିତ ହୋଇଛନ୍ତି ।