ହାଇଦ୍ରାବାଦ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ପୁଣି ହାଜର ହେବା ପାଇଁ ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା 20 ତାରିଖରେ କବିତା କେନ୍ଦ୍ରୀୟ ସଂସ୍ଥା ନିକଟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ । ଗତକାଲି(ମାର୍ଚ୍ଚ 16)ରେ ହାଜର ହେବାକୁ ନୋଟିସ୍ ଦେଇଥିଲା ଇଡି । ହେଲେ ହାଜର ହୋଇନଥିଲେ କବିତା । ଆସନ୍ତା 20ରେ ହାଜର ହେବାକୁ ଇଡି ନୋଟିସ୍ କରିଛି ।
ପ୍ରଥମେ ତାଙ୍କୁ 11 ତାରିଖରେ ଜେରା କରିଥିଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରେ ଆଜି 16 ତାରିଖରେ ତାଙ୍କୁ ଦ୍ବିତୀୟ ଥର ପାଇଁ ଜେରା ପାଇଁ ଡାକିଥିଲା ଇଡି ହେଲେ କବିତା ହାଜର ନହେବାରୁ ପୁଣି ଥରେ ତାଙ୍କୁ 20 ତାରିଖରେ ମୁଖ୍ୟାଳୟରେ ହାଜର ହୋଇ ଜେରାରେ ସହଯୋଗ କରିବାକୁ ଡାକିଛି ତଦନ୍ତକାରୀ ସଂସ୍ଥା । କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ତଦନ୍ତ ପରିସରକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତାଙ୍କୁ ପ୍ରଥମେ ୯ ତାରିଖରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିବା ବେଳେ ନିଜର ପ୍ରସ୍ତାବିତ ଧାରଣା ପାଇଁ ସେ ଅଧିକ ସମୟ ମାଗିଥିଲେ । କବିତା ୧୬ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିବା ବେଳେ ତଦନ୍ତକାରୀ ସଂସ୍ଥା ତାଙ୍କୁ ୧୧ରେ ଦିଲ୍ଲୀରେ ହାଜର ହେବା ପାଇଁ ସାନି ନୋଟିସ ଜାରି କରିଥିଲା । ସେ 11ରେ ହାଜର ମଧ୍ୟ ହୋଇଥିଲେ ।