ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ମନ୍ତ୍ରୀ ଅନୀଲ ପାରବଙ୍କୁ ED ନୋଟିସ, 21ରେ ହେବେ ହାଜର - Minister Anil Parab

ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ତଥା ଶିବସେନା ନେତା ଅନିଲ ପାରବଙ୍କୁ ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ...

ମହାରାଷ୍ଟ୍ର ମନ୍ତ୍ରୀ ଅନୀଲ ପାରବଙ୍କୁ ED ନୋଟିସ, 21ରେ ହେବେ ହାଜର
ମହାରାଷ୍ଟ୍ର ମନ୍ତ୍ରୀ ଅନୀଲ ପାରବଙ୍କୁ ED ନୋଟିସ, 21ରେ ହେବେ ହାଜର

By

Published : Aug 29, 2021, 8:50 PM IST

ମୁମ୍ବାଇ:ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ତଥା ଶିବସେନା ନେତା ଅନୀଲ ପାରବଙ୍କୁ ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଅଗଷ୍ଟ 31 ତାରିଖରେ ହାଜର ହୋଇ ଜେରାର ସମ୍ମୁଖୀନ ହେବାକୁ ନୋଟିସରେ କୁହାଯାଇଛି । ତେବେ ଏହାକୁ ନେଇ ରାଜନୀତି ଉଷ୍ମ ହେବାରେ ଲାଗିଛି । ବିଜେପି ପ୍ରତିହିଂସା ପରାୟଣ ହୋଇ ଏପରି କରୁଥିବା କହିଛି ଶିବସେନା । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଜନ ଆର୍ଶୀବାଦ ଯାତ୍ରାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହେବା ପରେ ଉଦ୍ଧବ ସରକାରଙ୍କ ମନ୍ତ୍ରୀମାନେ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ନୋଟିସ ପାଇବାରେ ଲାଗିଛନ୍ତି ।

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗିରଫ ହେବା ପରେ ଏହି ଗିରଫଦାରୀ ସଂକ୍ରାନ୍ତରେ ମନ୍ତବ୍ୟ ରଖିଥିଲେ ଅନିଲ ପାରବ । ଏନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ନାରାୟଣ ରାଣେଙ୍କୁ କିଏ ଗିରଫ କରିବାକୁ କହିଥିଲେ ତାହା ଉପରେ ଅନିଲ କିଛି କହୁଥିବାର ଉକ୍ତ ଭିଡିଓରେ ରେରର୍ଡ ହୋଇଛି । ଇଡି ପକ୍ଷରୁ ଏପରି ନୋଟିସ ଆସିବା ପରେ ବିଜେପି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଶିବସେନା ନେତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଥିବା କହିଛି ଶିବସେନା ।

ଶିବସେନା ନେତା ସାଂସଦ ତଥା ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଘଟଣା ସମ୍ପର୍କରେ ମନ୍ତବ୍ୟ ରଖି ବିଜେପିକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ସଞ୍ଜୟ କହିଛନ୍ତି, ଜନ ଆର୍ଶୀବାଦ ଯାତ୍ରା ସରିବା ପରେ କେନ୍ଦ୍ର ସରକାର ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହା ପୂର୍ବରୁ ମଧ୍ୟ ସ୍ପଷ୍ଚ ଅନୁମାନ କରାଯାଉଥିଲା । ନାରାୟଣ ରାଣେଙ୍କ ବିବାଦୀୟ ବୟାନ ଘଟଣା ରତ୍ନଗିରିରେ ଘଟିଥିଲା । ରତ୍ନଗିରିରେ ସ୍ଥାନୀୟ ନେତା ହେଉଛନ୍ତି ଅନିଲ ପାରବ । ଏହି ସମୀକରଣକୁ ବୁଝିବାକୁ ପଡିବ ବୋଲି ସଞ୍ଜୟ ଟ୍ବିଟ କରି କହିଛନ୍ତି । ସେହିପରି ଏହା ବିରୋଧରେ ଆଇନଗତ ଲଢେଇ ମଧ୍ୟ ଜାରି ରହିବା ନେଇ କହିଛନ୍ତି ସଞ୍ଜୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details