ଓଡିଶା

odisha

ETV Bharat / bharat

ମା’ଙ୍କ ଅସୁସ୍ଥତା ପାଇଁ ସମୟ ମାଗିଥିଲେ ରାହୁଲ: 20ରେ ହାଜର ପାଇଁ ଡାକିଲା ଇଡି - ରାହୁଲଙ୍କୁ ନୂଆ ସମନ

ମା’ଙ୍କ ଅସୁସ୍ଥତା ପାଇଁ ସମୟ ମାଗିଥିଲେ ରାହୁଲ ଗାନ୍ଧୀ । 20 ତାରିଖରେ ହାଜର ହେବା ପାଇଁ ସମନ ଜାରି କଲା ଇଡି । 3 ଦିନ ପାଇଁ ଜେରାରୁ ରାହତ ପାଇବେ ରାହୁଲ । ଅଧିକ ପଢନ୍ତୁ

ସମୟ ମାଗିଥିଲେ ରାହୁଲ: 20 ରେ ହାଜର ପାଇଁ ଡାକିଲା ଇଡି
ସମୟ ମାଗିଥିଲେ ରାହୁଲ: 20 ରେ ହାଜର ପାଇଁ ଡାକିଲା ଇଡି

By

Published : Jun 16, 2022, 10:57 PM IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ମାରାଥନ ଜେରାର ସମ୍ମୁଖୀନ ହେଉଥିବା ରାହୁଲ ଗାନ୍ଧୀ ମା’ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ସାମୟିକ ଭାବେ ଜେରାରୁ ବିରାମ ଚାହିଁଥିଲେ । ତେବେ ରାହୁଲଙ୍କ ଅନୁରୋଧ ରକ୍ଷା କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ 20 ତାରିଖରେ ହାଜର ହେବା ପାଇଁ ସମନ ଜାରି କରିଛି । ଆସନ୍ତାକାଲି ଠାରୁ 20 ତାରିଖ ପର୍ଯ୍ୟନ୍ତ 3 ଦିନ ରାହୁଲ ଜେରାରୁ ରାହତ ପାଇବେ ।

ଏହା ମଧ୍ୟ ପଢନ୍ତୁ: ମା’ ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା କାରଣ ଦର୍ଶାଇ ଇଡିକୁ ସାମୟିକ ବିରାମ ମାଗିଲେ ରାହୁଲ

ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟ ମା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରାଯାଇଥିଲା । ସୋନିଆ ଏବେ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିବା ବେଳେ ରାହୁଲ ଜେରାର ସମ୍ମୁଖୀନ ହେଉଛନ୍ତି । 13 ତାରିଖରେ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟର ହାଜର ହେବା ପରେ କ୍ରମାଗତ 4 ଦିନ ହେଲାଣି ରାହୁଲଙ୍କୁ ଜେରା ଜାରି ରଖିଛି ସଂସ୍ଥା । ଏହାକୁ ଅମାନୁଷିକ ତଥା ରାଜନୈତିକ ଉଦ୍ଦେଶ୍ୟଭିତ୍ତିକ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ବିରୋଧୀ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ ମଧ୍ୟ ଜାରି ରଖିଛି । ଦିଲ୍ଲୀରେ ଅନେକ ବରିଷ୍ଠ କଂଗ୍ରେସ ନେତାଙ୍କୁ ପୋଲିସ ଅଟକ ରଖି ପରେ ଛାଡିଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details