ଓଡିଶା

odisha

ED ଜାଲରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ

By

Published : Apr 11, 2022, 1:47 PM IST

ଇଡି ଜାଲରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମଲ୍ଲିକାର୍ଜୁନଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା କରୁଛି। ଅଧିକ ପଢନ୍ତୁ

ED ଜାଲରେ କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ
ED ଜାଲରେ କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ:ଇଡି ଜାଲରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମଲ୍ଲିକାର୍ଜୁନଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା କରୁଛି। ପୂର୍ବରୁ ଇଡି ତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ସମନ ପଠାଇ ହାଜର ହେବାକୁ ଡକାଇଥିଲା। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।

ସୂଚନାଅନୁସାରେ, ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି କଂଗ୍ରେସର ବରିଷ୍ଠ ନେତା ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ପଚରାଉଚରା ଜାରି ରଖିଛି ଇଡି। ମଲ୍ଲିକାର୍ଜୁନଙ୍କ ବୟାନ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ରେକର୍ଡ କରାଯିବ ବୋଲି ଇଡି ଅଧିକାରୀ କହିଛନ୍ତି।

ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ତଦନ୍ତ ଜାରି ରଖିଛନ୍ତି । ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଅଭିଯୋଗ ପରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ସେ ୟଙ୍ଗ ଇଣ୍ଡିଆ ଲିମିଟେଡ୍ କମ୍ପାନୀ ଅଧୀନରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ହାସଲ କରିଥିବା ନେଇ କିଛି କଂଗ୍ରେସ ନେତାଙ୍କ ନାଁରେ ଅଭିଯୋଗ କରି ୨୦୧୨ରେ କୋର୍ଟରେ ଏକ ଆବେଦନ କରିଥିଲେ। ୟଙ୍ଗ ଇଣ୍ଡିଆ ଲିମିଟେଡ୍ ନ୍ୟାସନାଲ୍ ହେରାଲ୍ଡର ସମ୍ପତ୍ତି ଭୁଲ ଭାବରେ ହାସଲ କରିଥିବା ସେ ଦାବି କରିଥିଲେ।

ABOUT THE AUTHOR

...view details