ଓଡିଶା

odisha

ETV Bharat / bharat

କବିତାଙ୍କୁ 9 ଘଣ୍ଟା ଘାଣ୍ଟିଲା ED, ପୁଣି 16ରେ ହେବେ ହାଜର

ତେଲେଙ୍ଗାନା ଏମଏଲସି କବିତାଙ୍କୁ 9 ଘଣ୍ଟା ଘାଣ୍ଚିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୁଣି 16 ତାରିଖରେ ହାଜର ହେବା ନେଇ ସମନ । ଅଧିକ ପଢନ୍ତୁ

By

Published : Mar 11, 2023, 9:47 PM IST

କବିତାଙ୍କୁ 9 ଘଣ୍ଟା ଘାଣ୍ଚିଲା ଇଡି, ପୁଣି 16 ରେ ହେବେ ହାଜର
କବିତାଙ୍କୁ 9 ଘଣ୍ଟା ଘାଣ୍ଚିଲା ଇଡି, ପୁଣି 16 ରେ ହେବେ ହାଜର

ନୂଆଦିଲ୍ଲୀ:ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା ତଥା କେସିଆରଙ୍କ ଝିଅ କେ.କବିତାଙ୍କୁ ଆଜି 9 ଘଣ୍ଟା ଜେରା କରିବା ପରେ ଛାଡିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସକାଳୁ ଇଡି ମୁଖ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିବା କବିତାଙ୍କୁ ତଦନ୍ତକାରୀ ସଂସ୍ଥା ସଂଧ୍ୟାରେ ଛାଡିଛି । କବିତା ତାଙ୍କ ଦିଲ୍ଲୀ ବାସଭବନକୁ ଫେରିଛନ୍ତି । ଆଜି ପ୍ରଥମ ଦିନରେ 9 ଘଣ୍ଚା ଜେରା ହୋଇଥିବା କବିତାଙ୍କୁ ପୁଣି 16 ତାରିଖରେ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି ।

କେନ୍ଦ୍ରୀୟ ସଂସ୍ଥାର ସମନ ଅନୁସାରେ, କବିତା ଆଜି ତୋଗଲକ ରୋଡରେ ଥିବା ନିଜ ପିତାଙ୍କ ସରକାରୀ ବାସଭବନରୁ ସଂସ୍ଥା ଅଭିମୁଖେ ବାହାରି ଥିଲେ । ପୂର୍ବାହ୍ନ ପ୍ରାୟ 11 ଟାରେ ସେ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା । ପ୍ରାୟ 9 ଘଣ୍ଟା ଜେରା ପରେ ସେ ସଂଧ୍ୟାରେ ମୁଖ୍ୟାଳୟ ଛାଡିଥିଲେ । ସେ ତାଙ୍କ ପିତାଙ୍କ ସରକାରୀ ବାସଭବନରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମକର୍ତ୍ତାମାନେ ସ୍ବାଗତ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ କବିତାଙ୍କ ମାମଲାରେ ଅଧିକ ତଦନ୍ତର ଆବଶ୍ୟକତା ଅନୁଭବ କରିଛି ତଦନ୍ତକାରୀ ସଂସ୍ଥା । ପୁଣି ଥରେ ସେ 16 ତାରିଖରେ ସଂସ୍ଥାରେ ହାଜର ହେବା ପାଇଁ ସମନ ପାଇଛନ୍ତି ।

ତେବେ ଆଜି ଜେରା ସମୟରେ ତଦନ୍ତକାରୀ ସଂସ୍ଥ କବିତାଙ୍କ ଠାରୁ ଅନେକ କିଛି ସୂଚନା ସଂଗ୍ରହ କରିଥିବା ସୂଚନା ମିଳିଛି । ସେହିପରି ଏହି ଅଭିଯୋଗ ଅବଧି ମଧ୍ୟରେ ସେ ବ୍ୟବହାର କରୁଥିବା ସେଲଫୋନ ଓ ଅନ୍ୟ କିଛି ବୈଦୁତିକ ସାମଗ୍ରୀ ମଧ୍ୟ ସଂସ୍ଥା ନିକଟରେ ଦାଖଲ କରିବାକୁ ତାଙ୍କୁ ନିର୍ଦ୍ଦେଶ ମିଳିଥିବା ନେଇ ମଧ୍ୟ ସୂଚନା ରହିଛି । ଆଜି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ହାଇଦ୍ରାବାଦର ବ୍ୟବସାୟୀ ରାମଚନ୍ଦ୍ର ପିଲ୍ଲାଇ ସହ ମୁହାଁମୁହିଁ ଜେରା କରାଯାଇଥିବା ମଧ୍ୟ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ :- Kavitha's ED Questioning: ଆଜି କବିତାଙ୍କୁ ଜେରା କରିବ ED

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେରା ପାଇଁ କବିତାଙ୍କୁ ଇଡି ପକ୍ଷରୁ ସମନ ଜାରି ହୋଇଥିଲା । ଏଥିପାଇଁ ସେ ଗତ ୮ ତାରିଖରେ କିଛି ଦଳୀୟ ସହଯୋଗୀଙ୍କ ସହ ଦିଲ୍ଲୀରେ ପହଞ୍ଚିଥିଲେ । ସମନ ଜାରି ହେବା ପରେ ପ୍ରତିକ୍ରିୟା ରଖି କବିତା ବିଜେପି ଉପରେ ବର୍ଷିଥିଲେ । ବିଜେପି ଇସାରାରେ ଇଡି କାର୍ଯ୍ୟ କରୁଛି ବୋଲି ସେ ଅଭିଯୋଗ କରିଥିଲେ । ଆଜି ଏହି ମାମଲାରେ ପ୍ରଥମ ଥର କବିତାଙ୍କୁ ଜେରା କରାଯାଇଛି । ପୁଣି ସେ 16 ତାରିଖରେ ସଂସ୍ଥା କାର୍ଯ୍ୟାଳୟରେ ହାଜର ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details