ଓଡିଶା

odisha

ETV Bharat / bharat

Yes Bank ପ୍ରତିଷ୍ଠାତାଙ୍କ ବିରୋଧରେ EDର ଚାର୍ଜସିଟ

ମନି ଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାଣା କପୁରଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି । ଖାଲି ରାଣା ନୁହନ୍ତି ତାଙ୍କ ସ୍ତ୍ରୀ ବିନ୍ଦୁ କପୁର ଓ ଅବନ୍ତା ଗ୍ରୁପର ପ୍ରମୋଟର ଗୌତମ ଥାପରଙ୍କ ନାମରେ ପିଏମଏଲଏ ଅଧୀନରେ ୧୩୦୦ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି । ଅଧିକ ପଢନ୍ତୁ

By

Published : Dec 31, 2021, 12:44 PM IST

Yes Bank ପ୍ରତିଷ୍ଠାତାଙ୍କ ବିରୋଧରେ EDର ଚାର୍ଜସିଟ
Yes Bank ପ୍ରତିଷ୍ଠାତାଙ୍କ ବିରୋଧରେ EDର ଚାର୍ଜସିଟ

ମୁମ୍ବାଇ: ୟେସ୍ ବ୍ୟାଙ୍କ ସହ ପ୍ରତିଷ୍ଠାତା ରାଣା କପୁରଙ୍କ ନାମରେ ଚାର୍ଜସିଟ । ମନି ଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାଣା କପୁରଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି । ଖାଲି ରାଣା ନୁହନ୍ତି ତାଙ୍କ ସ୍ତ୍ରୀ ବିନ୍ଦୁ କପୁର ଓ ଅବନ୍ତା ଗ୍ରୁପର ପ୍ରମୋଟର ଗୌତମ ଥାପରଙ୍କ ନାମରେ ପିଏମଏଲଏ ଅଧୀନରେ ୧୩୦୦ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି । ଯେଉଁଥିରେ ୧୦ ଜଣଙ୍କ ନାମ ରହିଛି ।

ଅବନ୍ତା ଗ୍ରୁପର ପ୍ରମୋଟର ଗୌତମ ଥାପରଙ୍କୁ ବେଆଇନ ଭାବେ ୧୯୦୦ କୋଟି ଟଙ୍କାର ଋଣ ଦେଇଥିବା ନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ୧୯୦୦ କୋଟି ଋଣ ନେଇ ରାଣା କପୁରଙ୍କ ୩୦୦ କୋଟିର ଲାଞ୍ଚ ଦିଆଯାଇଥିବା ED ଅଭିଯୋଗ କରିଛି । ବର୍ତ୍ତମାନ ରାଣା କପୁର ନ୍ୟାୟିକ ହେପାଜତରେ ଅଛନ୍ତି ।

ଏହା ବ୍ୟତୀତ ୟେସ ବ୍ୟାଙ୍କ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ନାମରେ ମଧ୍ୟ ଚାର୍ଜସିଟ ଦାଖଲ ହୋଇଛି । ଯେଉଁମାନେ ଏହି ଲୋନ ଦେବାରେ ରାଣାଙ୍କୁ ସାହଯୋଗ କରିଥିଲେ । ଗତ ବର୍ଷ ମାର୍ଚ୍ଚରେ ରାଣା କପୁରଙ୍କୁ ଗିରଫ ୟେସ୍ ବ୍ୟାଙ୍କ DHFL ମାମଲାରେ ଗିରଫ କରାଯାଇଥିଲା ଯେଉଁଠାରେ କପୁର ଏବଂ ତାଙ୍କ ପରିବାର ସଦସ୍ୟ DHFL ରେ ବିନିଯୋଗ ପାଇଁ DHFL ମାଧ୍ୟମରେ ସେମାନଙ୍କ ସଂସ୍ଥାରେ 600 କୋଟିରୁ ଅଧିକ କିକବ୍ୟାକ୍ ପାଇଥିଲେ। ଅନ୍ୟ ଏକ ମାମଲାରେ ରାଣା କପୁରଙ୍କୁ ଚଳିତ ବର୍ଷ ଜାନୁଆରୀରେ ଗିରଫ କରାଯାଇଥିଲା ।

@ANI

For All Latest Updates

TAGGED:

ABOUT THE AUTHOR

...view details