ନୂଆଦିଲ୍ଲୀ:ଦିଲ୍ଲୀର ୩ ପିଏଫଆଇ ନେତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟରେ ଏହି ଚାର୍ଜସିଟ ଦାଖଲ କରିଛି ତଦନ୍ତକାରୀ ସଂସ୍ଥା (ED files charge sheet against leader of PFI)। ଏଥିରେ ପିଏଫଏଆଇର ଦିଲ୍ଲୀ ଶାଖାର ମୁଖ୍ୟ ପରଓ୍ବେଜ ଅହମ୍ମଦ, ସାଧାରଣ ସମ୍ପାଦକ ମହମ୍ମଦ ଆଲିଆସ, ଅବଦ୍ଦୁଲ ମୁକ୍ତିଙ୍କୁ ଅଭିଯକ୍ତ ଭାବେ ଦର୍ଶାଇଛି ତଦନ୍ତକାରୀ ସଂସ୍ଥା । ଏମାନେ ଆତଙ୍କବାଦୀ ସଂଗଠନ ଲିଙ୍କରେ ଥିବା ଓ ଟେରର ଫଣ୍ଡିଂ ପାଇଁ ଟଙ୍କା ସଂଗ୍ରହ କରୁଥିବା ମାମଲାର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଏକାଧିକ PFI ନେତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ED - charge sheet against several leader of PFI
ଦିଲ୍ଲୀରେ ୩ PFI ନେତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED files charge sheet against leader of PFI) । ଅଧିକ ପଢନ୍ତୁ
ସେପ୍ଟେମ୍ବର ୨୮ ତାରିଖରେ ସାରା ଦେଶରେ ୫ ବର୍ଷ ପାଇଁ ବ୍ୟାନ ଘୋଷିତ ହୋଇଥିଲା ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) । ଅପରାଧିକ କାର୍ଯ୍ୟକଳାପ ତଥା ଆତଙ୍କବାଦୀ ସଂଗଠନ ସହ ଲିଙ୍କ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରମାଣ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଗୃହ ମନ୍ତ୍ରଣାଳୟ (Central govt banned PFI) । ପିଏଫଆଇ ସମେତ ଅନ୍ୟ ୯ ସହଯୋଗୀ ସଂଗଠନ ଉପରେ ମଧ୍ୟ ବ୍ୟାନ ଲଗାଇଥିଲା କେନ୍ଦ୍ର । ସଂଗଠନ ବ୍ୟାନ ହେବା ପରେ ଏକାଧିକ କାର୍ଯ୍ୟକର୍ତ୍ତା ଦେଶ ବିରୋଧୀ କାର୍ଯ୍ୟକଳାପ ତଥା ଟେରର ଫଣ୍ଡିଂ ମାମଲାରେ ଗିରଫ ହୋଇ ଜେଲ୍ରେ ଅଛନ୍ତି ।
ବ୍ୟାନ ଘୋଷଣା ପୂର୍ବରୁ ଦେଶବ୍ୟାପୀ ପିଏଫଆଇର ବିଭିନ୍ନ ଶାଖା ଓ ଆଡ୍ଡା ଉପରେ ଚଢାଉ କରିଥିଲେ ମିଳିତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (Nationwide action against PFI)। ଏକାଧିକ ସଦସ୍ୟଙ୍କର ବାଂଲାଦେଶ ଓ ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀଙ୍କ ସହ ସମ୍ପୃକ୍ତି, ଆତଙ୍କୀ ପାଣ୍ଠି ଯୋଗାଡ, ଦେଶ ଭିତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଅପରାଧିକ ଷଡଯନ୍ତ୍ର କରିବା ପରି ପ୍ରମାଣ ମିଳିଥିଲା । ପରେ ସଂଗଠନକୁ ୫ ବର୍ଷ ପାଇଁ ବ୍ୟାନ କରିଥିଲା କେନ୍ଦ୍ର । ଏବେ ଗିରଫ ହୋଇ ଜେଲରେ ଥିବା ଅନେକ ପିଏଫଆଇ ନେତାଙ୍କ ବିରୋଧରେ ମାମଲା ଜାରି ରହିଛି ।