ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରର ଏହି ମନ୍ତ୍ରୀଙ୍କ ଘରେ ପଶିଲା ED - ମନ୍ତ୍ରୀ ଅନିଲ ପରବ୍‌ଙ୍କ ଘରେ ଇଡି ରେଡ

ଇଡି (Enforcement Directorate) ପଞ୍ଝାରେ ମହାରାଷ୍ଟ୍ର ପରିବହନ ମନ୍ତ୍ରୀ । ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବ ସେନା ନେତା ଅନିଲ ପରବଙ୍କ ଘରେ ରେଡ ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ମହାରାଷ୍ଟ୍ରର ଏହି ମମହାରାଷ୍ଟ୍ରର ଏହି ମନ୍ତ୍ରୀମହାରାଷ୍ଟ୍ରର ଏହି ମନ୍ତ୍ରୀମହାରାଷ୍ଟ୍ରର ଏହି ମନ୍ତ୍ରୀଙ୍କ ଘରେ ପଶିଲା EDଙ୍କ ଘରେ ପଶିଲା EDଙ୍କ ଘରେ ପଶିଲା EDନ୍ତ୍ରୀଙ୍କ ଘରେ ପଶିଲା ED
ମହାରାଷ୍ଟ୍ରର ଏହି ମନ୍ତ୍ରୀଙ୍କ ଘରେ ପଶିଲା ED

By

Published : May 26, 2022, 10:49 AM IST

ମୁମ୍ବାଇ: ଇଡି (Enforcement Directorate) ପଞ୍ଝାରେ ମହାରାଷ୍ଟ୍ର ପରିବହନ ମନ୍ତ୍ରୀ । ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବ ସେନା ନେତା ଅନିଲ ପରବଙ୍କ ଘରେ ରେଡ ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁମ୍ବାଇ ଓ ପୁଣେ ସ୍ଥିତ ତାଙ୍କର ୭ଟି ଠିକଣା ଉପରେ ଇଡି ରେଡ୍‌ କରିଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ମାମଲାରେ ଏହି ଚଢ଼ାଉ ହୋଇଛି ।

ସୂଚନାଅନୁସାରେ, ଶିବସେନା ନେତା ଅନିଲ ପରବଙ୍କ ବିରୋଧରେ ସିବିଆଇରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ଇଡିର ରେଡ ଜାରି ରହିଛି । ରାଜ୍ୟ ପରିବହନ ମନ୍ତ୍ରୀ ଅନିଲ ପରବ ତାଙ୍କ ଘରେ ଉପସ୍ଥିତ ଅଛନ୍ତି । ଇଡି ଦ୍ବାରା ଏହା ଏକ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଚର୍ଚ୍ଚା ହେଉଛି । ବିଜେପି ନେତା କୀର୍ତ୍ତି ସୋମିୟା ଅନିଲ ପରବଙ୍କ ନାମରେ ଅଭିଯୋଗ କରିଥିଲେ । ଦୋପାଲି ରିସର୍ଟରେ ଥିବା ଅନିଲଙ୍କ ସମ୍ପତ୍ତି ଉପରେ ମଧ୍ୟ ଛାପା ମାରିଛି ଇଡି ।

ଏହା ପୂର୍ବରୁ ଅନିଲ ପରବଙ୍କ ଘରେ ଆୟକର ବିଭାଗ ଚଢାଉ କରିଥିଲା । ଆୟକର ବିଭାଗ ଦ୍ବାରା ଅନିଲଙ୍କ ଅନେକ ସ୍ଥାନରେ ରେଡ ହୋଇଥିଲା । 100 କୋଟି ଟଙ୍କାର ଏକ ମାମଲା ଅନିଲଙ୍କ ନାମରେ ରହିଛି । ମନି ଲଣ୍ଡରିଂ ମାମଲାର ଅନିଲ ପରବଙ୍କ ପାଇଁ ଆଗକୁ ଇଡିର କାର୍ଯ୍ୟାନୁଷ୍ଠାନ ବଢିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details