ଓଡିଶା

odisha

ETV Bharat / bharat

ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ: ସର୍ବୋଚ୍ଚ କୋର୍ଟ - ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ର

ED ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ କହିଲେ ସର୍ବୋଚ୍ଚ କୋର୍ଟ । ପୂର୍ବରୁ ଦୁଇ ଥର ବୃଦ୍ଧି ହୋଇସାରିଛି ମିଶ୍ରାଙ୍କ କାର୍ଯ୍ୟକାଳ । ଅଧିକ ପଢନ୍ତୁ

ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ କହିଲେ ସର୍ବୋଚ୍ଚ କୋର୍ଟ
ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ କହିଲେ ସର୍ବୋଚ୍ଚ କୋର୍ଟ

By

Published : Jul 11, 2023, 4:06 PM IST

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳଳୟ (ଇଡି) ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ବଡ ଝଟକା ଦେଇଛନ୍ତି । କେନ୍ଦ୍ର ସରକାର ମିଶ୍ରାଙ୍କ କାର୍ଯ୍ୟକାଳକୁ କ୍ରମାଗତ 3ୟ ଥର ପାଇଁ ବୃଦ୍ଧି କରିବାକୁ ଯାଉଥିବା ବେଳେ ଏହାକୁ ସର୍ବୋଚ୍ଚ କୋର୍ଟ ବେଆଇନ ବୋଲି ଦର୍ଶାଇଛନ୍ତି । 2018 ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସର୍ବୋଚ୍ଚ ପଦବୀରେ ବସିଥିବା ସଞ୍ଜୟଙ୍କ କାର୍ଯ୍ୟକାଳ ପୂର୍ବରୁ 2 ଥର ବୃଦ୍ଧି କରିସାରିଛନ୍ତି କେନ୍ଦ୍ର ସରକାର । ଏବେ ତୃତୀୟ ଥରକୁ ସର୍ବୋଚ୍ଚ କୋର୍ଟ ବେଆଇନ ଘୋଷଣା କରିଛନ୍ତି । ସେହିପରି କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଚଳିତ ମାସ 31 ସୁଦ୍ଧା ସଞ୍ଜୟଙ୍କୁ ସରକାର ଅବସର ଦେବା ସହ ଏହି କେନ୍ଦ୍ରୀୟ ସଂସ୍ଥା ପାଇଁ ନୂତନ ନିର୍ଦ୍ଦେଶକ ନିଯୁକ୍ତ କରିବେ ।

ଆଜି (ମଙ୍ଗଳବାର) ଜଷ୍ଟିସ୍ ବି.ଆର ଗାଭାଇ, ବିକ୍ରମ ନାଥ ଏବଂ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ 3ଜଣିଆ ଖଣ୍ଡିପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏହି କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି 2021 ରେ ସର୍ବୋଚ୍ଚ କୋର୍ଟର ଡିଭିଜନ ବେଞ୍ଚ ଦେଇଥିବା ରାୟର ଉଲଙ୍ଘନ ବୋଲି କୋର୍ଟ କହିବା ସହ ଏହାକୁ ବେଆଇନ ବୋଲି ମଧ୍ୟ ଦର୍ଶାଇଥିଲେ । 2021 ନଭେମ୍ବରରୁ ଅଧିକ ସମୟ ସୀମା ପାଇଁ ସଞ୍ଜୟଙ୍କ କାର୍ଯ୍ୟକାଳ ବୃଦ୍ଧି ନକରିବାକୁ ସର୍ବୋଚ୍ଚ କୋର୍ଟଙ୍କ ଡିଭିଜନ ବେଞ୍ଚ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:-ଅଗଷ୍ଟ 2ରୁ ଧାରା 370 ଶୁଣାଣି କରିବେ ସୁପ୍ରିମକୋର୍ଟ

2018 ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଭାବେ ଭାରତୀୟ ରାଜସ୍ବ ସେବା ଅଧିକାରୀ ସଞ୍ଜୟ କୁମାର ମିଶ୍ରା ପ୍ରଥମେ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କର କାର୍ଯ୍ୟକାଳ 2 ବର୍ଷ ଅର୍ଥାତ ନଭେମ୍ବର 2020 ରେ ଶେଷ ହେଉଥିଲା । ସେତେବେଳେକୁ ସେ ଅବସର ବୟସ ସୀମା (60 ବର୍ଷ) ରେ ପହଞ୍ଚି ମଧ୍ୟ ସାରିଥିଲେ । 2020 ନଭେମ୍ବର 13 ତାରିଖରେ କେନ୍ଦ୍ର ସରକାର ଏକ ଅଫିସ ଅର୍ଡର ଜାରି କରିଥିଲେ ।

ଯେଉଁଥିରେ କୁହାଯାଇଥିଲା ଯେ, ରାଷ୍ଟ୍ରପତି ଏହି କାର୍ଯ୍ୟକାଳ ଅବଧିକୁ 3 ବର୍ଷକୁ ବୃଦ୍ଧି କରିବା ପାଇଁ ଅନୁମୋଦନ ଦେଇଛନ୍ତି । ପରେ ତାଙ୍କ କାର୍ଯ୍ୟକାଳ ପୁଣି ଥରେ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଏହାକୁ ଏକାଧିକ ସାମାଜିକ ସଂଗଠନ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏବେ ଏହି ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ରର ନିଷ୍ପତ୍ତିକୁ ଅବୈଧ ଦର୍ଶାଇବା ସହ ଇଡି ନିର୍ଦ୍ଦେଶକଙ୍କୁ ଅବସର ଦେବା ପାଇଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details