ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩,୦୦୦ କୋଟିରୁ ଅଧିକ ଋଣ ଠକେଇ ମାମଲାରେ(PNB loan fraud case) ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି, ତାଙ୍କ ପତ୍ନୀ ପ୍ରୀତି ଏବଂ ମାମଲାରେ ସମ୍ପୃକ୍ତ ଅନ୍ୟମାନଙ୍କ ବିରୁଦ୍ଧରେ ଏକ ନୂଆ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ସୋମବାର ଏନେଇ ସୂଚନା ମିଳିଛି । ପ୍ରଥମ ଥର ପାଇଁ ଇଡି ଚୋକସିଙ୍କ ପତ୍ନୀ ପ୍ରୀତି ପ୍ରଦ୍ୟୋତକୁମାର କୋଠାରୀ(Priti Pradyotkumar Kothari)ଙ୍କ ବିରୁଦ୍ଧରେ ଚାର୍ଜସିଟି ଦାଖଲ କରିଛି ।
PNB Scam: ମେହୁଲ ଚୋକସିଙ୍କ ପତ୍ନୀ ବିରୁଦ୍ଧରେ EDର ଚାର୍ଜସିଟ୍ ଦାଖଲ - ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ
ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପତ୍ନୀ ବିରୁଦ୍ଧରେ ପ୍ରଥମ ଚାର୍ଜସିଟ୍ ଦାଖଲ କଲା ଇଡି । ଠକେଇ ଟଙ୍କା ଲୁଚାଇବାରେ ସେ ନିଜ ସ୍ବାମୀଙ୍କୁ ସହାୟତା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ
![PNB Scam: ମେହୁଲ ଚୋକସିଙ୍କ ପତ୍ନୀ ବିରୁଦ୍ଧରେ EDର ଚାର୍ଜସିଟ୍ ଦାଖଲ PNB Scam: ମେହୁଲ ଚୋକସିଙ୍କ ପତ୍ନୀ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ](https://etvbharatimages.akamaized.net/etvbharat/prod-images/768-512-15494233-thumbnail-3x2-choksi.jpg)
ପିଏନବିରୁ ଠକେଇ ଅର୍ଥକୁ ଲୁଚାଇବାରେ ସ୍ବାମୀ ମେହୁଲ ଚୋକସିଙ୍କ ସହୟତା କରିବା ଅଭିଯୋଗରେ ଇଡିର ରାଡାରକୁ ଆସିଛନ୍ତି ପ୍ରୀତି । PMLA ଆକ୍ଟ ଅଧୀନରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ଚୋକସି ଦମ୍ପତି ବ୍ୟତୀତ ଚୋକିସିଙ୍କ ତିନୋଟି କମ୍ପାନୀ ଗୀତାଞ୍ଜଳି ଜେମ୍ସ୍ ଲିମିଟେଡ(Gitanjali Gems Ltd), ଗିଲି ଇଣ୍ଡିଆ ଲିମିଟେଡ(Gili India Ltd) ଓ ନକ୍ଷେତ୍ର ବ୍ରାଣ୍ଡ ଲିମିଟେଡ(Nakshatra Brand Ltd) ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅବସରପ୍ରାପ୍ତ ଡେପୁଟି ମ୍ୟାନେଜର ଗୋକୁଳନାଥ ସେଟ୍ଟୀଙ୍କ ନାମ ମଧ୍ୟ ଚାର୍ଜସିଟରେ ରହିଛି ।
ପ୍ରକାଶଥାଉ କି, ଏହା ମେହୁଲ ଚୋକସିଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ତୃତୀୟ ଚାର୍ଜସିଟ୍ । ପୂର୍ବରୁ ୨୦୧୮ ଏବଂ ୨୦୨୦ରେ ଦୁଇଟି ଚାର୍ଜସିଟ ଦାଖଲ କରିଥିଲା ଇଡି ।