ଓଡିଶା

odisha

ETV Bharat / bharat

Money Laundering Case: ଆମଓ୍ବେ-ଇଣ୍ଡିଆର 757 କୋଟିର ସମ୍ପତ୍ତି ଜବତ କଲା ED - Amwayରେ ଇଡି ଚଢାଉ

ଆର୍ଥିକ ଠକେଇ ମାମଲାରେ ଆମଓ୍ବେ-ଇଣ୍ଡିଆର 757.77 କୋଟି ଟଙ୍କାର ସମ୍ପତ୍ତି ଜବତ । ଡାଇରେକ୍ଟ ସେଲିଂ ମଲ୍ଟିଲେଭେଲ ମାର୍କେଟିଂ ସିଷ୍ଟମ ନେଟଓ୍ବାର୍କ ଜରିଆରେ ସଂସ୍ଥା ରନିଂ ଫ୍ରଡ୍‌ରେ ସମ୍ପୃକ୍ତ ଥିବା ଅଭିଯୋଗରେ ତଦନ୍ତ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

money laundering case: Amway India ର 757 କୋଟିର ସମ୍ପତ୍ତି ଜବତ କଲା ED
money laundering case: Amway India ର 757 କୋଟିର ସମ୍ପତ୍ତି ଜବତ କଲା ED

By

Published : Apr 18, 2022, 5:13 PM IST

ନୂଆଦିଲ୍ଲୀ:ଆର୍ଥିକ ଠକେଇ ମାମଲାରେ ଆମଓ୍ବେ- ଇଣ୍ଡିଆର(Amway India) ସମ୍ପତ୍ତି ଜବତ । କମ୍ପାନୀର 757.77 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । କମ୍ପାନୀ ଚଲାଉଥିବା ମଲ୍ଟିଲେଭେଲ ମାର୍କେଟିଂ ସିଷ୍ଟମରେ ଆର୍ଥିକ ଠକେଇ ଅଭିଯୋଗରେ ତଦନ୍ତ ଜାରି ରଖିଛି ଇଡି । ଆଜି ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ତାମିଲନାଡୁର ଦିନ୍ଦିଗୁଲ ଜିଲ୍ଲାରେ ଥିବା କମ୍ପାନୀର ବିଲ୍ଡିଂ, ପ୍ଲାଣ୍ଟ, ଯନ୍ତ୍ରାଂଶ, ଯାନବାହନ ଓ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ରହିଛି । ଜବତ ସମସ୍ତ ସମ୍ପତ୍ତିର ମୁଲ୍ୟ ପ୍ରାୟ 757 କୋଟି ଟଙ୍କା ହେବା ନେଇ ଆକଳନ କରାଯାଉଛି ।

ଜବତ ସମ୍ପତ୍ତି ମଧ୍ୟରେ ଅସ୍ଥାବର ଓ ଚଳନଶୀଳ ସମ୍ପତ୍ତିର ପରିମାଣ 411.83 କୋଟି ରହିଥିବାବେଳେ 345.94 କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ଜବତ ହୋଇଛି । ଆମଓ୍ବେ ଏକ ମଲ୍ଟିଲେଭେଲ ମାର୍କେଟିଂ ସିଷ୍ଟମ ସଞ୍ଚାଳିତ କରିଆସୁଥିଲା । ବର୍ଷ 2002-03 ରୁ 2021-22 ମଧ୍ୟରେ ପ୍ରାୟ 27,562 କୋଟି ଟଙ୍କା ସଂଗ୍ରହ କରିଛି । ସେହିପରି ଏହି ବ୍ୟବସାୟିକ ଅବଧି ମଧ୍ୟରେ କମ୍ପାନୀ ଆମେରିକା ଓ ଭାରତରେ ନିଜ ସଦସ୍ୟ ଓ ଡିଷ୍ଟ୍ରିବୁଟରଙ୍କୁ 7,588 କୋଟି ଟଙ୍କା ବିଭିନ୍ନ ଆକାରରେ ପ୍ରଦାନ କରିଛି ।

ଡାଇରେକ୍ଟ ସେଲିଂ ମଲ୍ଟିଲେଭେଲ ମାର୍କେଟିଂ ସିଷ୍ଟମ ନେଟଓ୍ବାର୍କ ଜରିଆରେ ସଂସ୍ଥା ରନିଂ ଫ୍ରଡରେ ସମ୍ପୃକ୍ତି ଥିବା ଅଭିଯୋଗରେ ତଦନ୍ତ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଖୋଲା ବଜାରରେ ଉପଲବ୍ଧ ହେଉଥିବା ଅନ୍ୟ ବ୍ରାଣ୍ଡ କମ୍ପାନୀ (ଉତ୍ପାଦକ)ମାନଙ୍କର ଲୋକପ୍ରିୟ ପ୍ରଡକ୍ଟ ତୁଳନାରେ କମ୍ପାନୀ ଦ୍ୱାରା ଦିଆଯାଉଥିବା ଅଧିକାଂଶ ପ୍ରଡକ୍ଟଗୁଡ଼ିକର ମୂଲ୍ୟ ପ୍ରାୟତଃ ଅଧିକ ରହୁଥିବା ଦେଖିବାକୁ ମିଳିଥିଲା । ସାଧାରଣ ଜନତା କମ୍ପାନୀର ସଦସ୍ୟ ଭାବରେ ଯୋଗଦେବାକୁ ତଥା ଅତ୍ୟଧିକ ମୂଲ୍ୟରେ ଉତ୍ପାଦ କ୍ରୟ କରିବାକୁ ଉତ୍ସାହିତ କରି ସଂସ୍ଥା ଏପରି କରି ଚାଲିଥିବା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବିବୃତ୍ତିରେ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details