ଓଡିଶା

odisha

ETV Bharat / bharat

ଆଜି 10 ଘଣ୍ଟା ଜେରା, କାଲି ତୃତୀୟ ଦିନ ପାଇଁ ପୁଣି ହାଜର ହେବେ ରାହୁଲ - ଜେରା ହେବେ ରାହୁଲ

ଦ୍ବିତୀୟ ଦିନରେ 10 ଘଣ୍ଟା ଘାଣ୍ଟିଲା ଇଡି । କାଲି କ୍ରମାଗତ ତୃତୀୟ ଦିନ ପାଇଁ ପୁଣି ହାଜର ହେବାକୁ ରାହୁଲଙ୍କୁ ନିର୍ଦ୍ଦେଶ । ପ୍ରଦର୍ଶନ ବେଳେ ଅନେକ କଂଗ୍ରେସ ନେତା ଓ କର୍ମୀଙ୍କୁ ଅଟକ ରଖି ପରେ ଛାଡିଲା ପୋଲିସ । ଅଧିକ ପଢନ୍ତୁ

ଆଜି 10 ଘଣ୍ଟା ପରେ କାଲି ତୃତୀୟ ଦିନରେ ମଧ୍ୟ ହାଜର ହେବେ ରାହୁଲ
ଆଜି 10 ଘଣ୍ଟା ପରେ କାଲି ତୃତୀୟ ଦିନରେ ମଧ୍ୟ ହାଜର ହେବେ ରାହୁଲ

By

Published : Jun 14, 2022, 10:53 PM IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ଦ୍ବିତୀୟ ଦିନରେ 10 ଘଣ୍ଟା ଜେରାର ସମ୍ମୁଖୀନ ହୋଇଥିବା ରାହୁଲ ଗାନ୍ଧୀ ପୁଣି ଥରେ ଆସନ୍ତାକାଲି କ୍ରମାଗତ ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ନ୍ୟାସନାଲ ହେରାଲ୍ଡ ପେପର ଦୂର୍ନୀତି ମାମଲାରେ ରାହୁଲଙ୍କୁ ମାରାଥାନ ଜେରା ଜାରି ରଖିଛି ତଦନ୍ତକାରୀ ସଂସ୍ଥା । ଗତକାଲି ଦୁଇ ପର୍ଯ୍ୟାୟରେ ଜେରା ପରେ ଆଜି ପୂର୍ବାହ୍ନରେ ପୁଣି ରାହୁଲ ହାଜର ହୋଇଥିଲେ । ଆଜି ଦୀର୍ଘ 10 ଘଣ୍ଟାର ଜେରା ହୋଇଛନ୍ତି ରାହୁଲ ।

ଆଜି ରାହୁଲ ଭଉଣୀ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗତକାଲି କଂଗ୍ରେସର ଶୋଭଯାତ୍ରା ପରେ ଆଜି ରାହୁଲ ଗାନ୍ଧୀଙ୍କ ବାସଭନରୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାପକ ପୋଲିସ ମଧ୍ୟ ମୁତୟନ ହୋଇଥିଲେ । ଏହି ସମୟରେ ନାରାବାଜି ଓ ପ୍ରଦର୍ଶନ କରି ଏକାଧିକ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଥାନାରେ ଅଟକ ରହିଛନ୍ତି । ଗତକାଲି ମଧ୍ୟ ଜେରାର ପ୍ରଥମ ଦିନରେ ରାହୁଲଙ୍କ ସହ ଅନେକ ବରିଷ୍ଠ ନେତା ଓ ଶତାଧିକ ସମର୍ଥକ ମଧ୍ୟ ରାହୁଲଙ୍କ ସହ ଇଡି କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା କରିଥିଲେ ।

ରାସ୍ତାରେ ପୋଲିସ ସେମାନଙ୍କୁ ବାଧା ଦେବା ସହ ଅଟକ ରଖିଥିଲା । ଆଜି ଦ୍ବିତୀୟ ଦିନରେ ଦୀର୍ଘ ସମୟ ପରେ ପୁଣି ତାଙ୍କୁ ଆସନ୍ତାକାଲି ହାଜର ହେବାକୁ ସମନ ଜାରି କରିଛି ତଦନ୍ତକାରୀ ସଂସ୍ଥା । ଉଭୟ ମା’ ତଥା ପାର୍ଟି ହାଇକମାଣ୍ଡ ସୋନଆ ଗାନ୍ଧୀ ଓ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ତନନ୍ତଭୂକ୍ତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୋନିଆ ବର୍ତ୍ତମାନ କୋଭିଡରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାହୁଲଙ୍କୁ ଜେରା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details