ଓଡିଶା

odisha

ETV Bharat / bharat

ଅବକାରୀ ନୀତି ଦୁର୍ନୀତିରେ ସମୀର ମହେନ୍ଦ୍ରୁ ଗିରଫ - ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସମୀର ମହେନ୍ଦ୍ରୁ ଗିରଫ

ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଣ୍ଡୋ ସ୍ପିରିଟ କମ୍ପାନୀ ମାଲିକ ସମୀର ମହେନ୍ଦ୍ରୁ ଗିରଫ । ଅଧିକ ପଢନ୍ତୁ

ଅବକାରୀ ନୀତି ଦୁର୍ନୀତିରେ ସମୀର ମହେନ୍ଦ୍ରୁ ଗିରଫ
ଅବକାରୀ ନୀତି ଦୁର୍ନୀତିରେ ସମୀର ମହେନ୍ଦ୍ରୁ ଗିରଫ

By

Published : Sep 29, 2022, 12:42 PM IST

ନୂଆଦିଲ୍ଲୀ:ଅବକାରୀ ନୀତି ଦୁର୍ନୀତିରେ ଇଣ୍ଡୋ ସ୍ପିରିଟ କମ୍ପାନୀ ମାଲିକ ସମୀର ମହେନ୍ଦ୍ରୁ ଗିରଫ (Indospirits owner Sameer Mahendru arrested) । ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ମଦ ବ୍ୟବସାୟୀ ମହେନ୍ଦ୍ରୁଙ୍କୁ ଗିରଫ କରିଛି । ମଦ କଣ୍ଟ୍ରାକ୍ଟ ପାଇଁ କୋଟି କୋଟି ଟଙ୍କା ଲାଞ୍ଚ ଦେଇଥିବା ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି । ନିକଟରେ ଇଡି ତାଙ୍କର ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲା । ତେବେ ମହେନ୍ଦ୍ରୁଙ୍କ ଗିରଫଦାରୀର ଦିନକ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ତଥା ଆମ ଆଦମୀ ପାର୍ଟିର ମିଡିଆ ପ୍ରବନ୍ଧକ ବିଜୟ ନାୟରଙ୍କୁ ଗିରଫ କରିଥିଲା ସିବିଆଇ ।

ଗତବର୍ଷ ନଭେମ୍ବର ୧୭ରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ଏଥିରେ ଥିବା ବ୍ୟବସ୍ଥା ଗୁଡିକରେ ସନ୍ଦେହ ହେବାରୁ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗତ ଜୁଲାଇ ମାସରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତିକୁ ପ୍ରତ୍ୟାହାର କରିନେଇଥିଲେ । ପୂର୍ବରୁ ଦିଲ୍ଲୀରେ ସରକାରୀ ମଦ ଦୋକାନଗୁଡିକରେ ମଦ ବିକ୍ରି ହେଉଥିଲା । ନୂଆ ଅବକାରୀ ନୀତି ଅଧିନରେ ଘରୋଇ କମ୍ପାନୀ ଓ ଦୋକାନଗୁଡିକୁ ମଦ ବିକ୍ରି ପାଇଁ ଅନୁମତି ଦିଆଗଲା । ଏ ସମ୍ପର୍କରେ ସରକାରଙ୍କ କହିବା କଥା ଥିଲା ଯେ, ଏପରି ହେଲେ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ହେବ ଏବଂ ଲୋକ କମ୍ ଦାମରେ ମଦ କ୍ରୟ କରିପାରିବେ । ଦୋକାନରେ ଉଭୟ ଦେଶୀ ଏବଂ ବିଦେଶୀ ବ୍ରାଣ୍ଡ ମଦ ମିଳିବା ସହ ମଦ ମାଫିଆଙ୍କ ଉପରେ ଅଙ୍କୁଶ ଲାଗି ପାରିଥାନ୍ତା ।

ଏହାମଧ୍ୟ ପଢନ୍ତୁ:କେଦାରନାଥ ଧାମରେ ମନ ମୋହୁଛି ଶିବ ପାର୍ବତୀଙ୍କ ଆକର୍ଷଣୀୟ ରଙ୍ଗୋଲି

ହେଲେ ପରବର୍ତ୍ତୀ ସମୟରେ ଏହି ଅବକାରୀ ନୀତିରେ ଅନିୟମିତତା ନେଇ ଉପରାଜ୍ୟପାଳ ଅବକାରୀ ବିବାଗର ପୂର୍ବତନ କମିଶନର ଗୋପୀ କୃଷ୍ଣ ଏବଂ ଡେପୁଟି କମିଶନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଥିଲେ । ତେବେ ଏହି ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଶାଇ ୧୫ରୁ ଅଧିକ ବ୍ୟକ୍ତି ସିବିଆଇ ସ୍କାନରରେ ରହିଛନ୍ତି । ସିବିଆଇ ଏଫଆଇଆରରେ ମନୀଷ ସିସୋଦିଆ, ଅରବା ଗୋପୀ କୃଷ୍ଣା, ପଙ୍କଜ ଭଟ୍ଟନଗର, ମନୋଜ ରାୟ, ବିଜୟ ନାୟର, ଅମନଦୀପ ଢଲ, ଆନନ୍ଦ ତିୱାରୀ, ସମୀର ମହେନ୍ଦ୍ରୁ, ଅମିତ ଅରୋରା, ମେସର୍ସ ବଡି ରିଟେଲର୍ସ ପ୍ରାଇଭେଟ ଲିମିଟେଡ, ଦିନେଶ ଅରୋରା, ମେସର୍ସ ମହାଦେବ ଲିକର୍ସ, ସନି ମାରୱାହ, ଅରୁଣ ରାମଚନ୍ଦ୍ର ପିଲ୍ଲଇ, ଅରୁଣ ପାଣ୍ଡେ ଆଦି ନାମ ଉଲ୍ଲେଖ ରହିଛି ।

ABOUT THE AUTHOR

...view details