ଓଡିଶା

odisha

ETV Bharat / bharat

Delhi liquor scam: ମନୀଷ ସିସୋଦିଆଙ୍କ ସହାୟକଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ - ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହେଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟକ୍ତିଗତ ସହାୟକ (ED arrests manish sisodia pa from delhi) । ମିଛରେ ଫସା ଯାଇଥିବା ନେଇ ଟ୍ବିଟ କଲେ ସିସୋଦିଆ । ଅଧିକ ପଢନ୍ତୁ

Delhi liquor scam: ମନୀଷ ସୋସିଦିଆଙ୍କ ସହଯୋଗୀଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
Delhi liquor scam: ମନୀଷ ସୋସିଦିଆଙ୍କ ସହଯୋଗୀଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

By

Published : Nov 5, 2022, 8:40 PM IST

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବ୍ୟକ୍ତିଗତ ସହୟକ ଦେବେନ୍ଦ୍ର ଶର୍ମାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED arrests manish sisodia pa from delhi)। ଆଜି (ଶନିବାର) ସହାୟକ ଦେବେନ୍ଦ୍ରଙ୍କୁ ଗିରଫ କରାଯାଇଥିବା ନିଜେ ସିସୋଦିଆ ଟ୍ବିଟ କରି ସୂଚନା ଦେଇଛନ୍ତି ।

Delhi liquor scam: ମନୀଷ ସୋସିଦିଆଙ୍କ ସହଯୋଗୀଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଟ୍ବିଟରେ ସିସୋଦିଆ କହିଛନ୍ତି, ‘‘ସେମାନେ ମୋ ଉପରେ ମିଥ୍ୟା ଅଭିଯୋଗ ଆଣିଲେ, ମୋ ଘରେ ଓ ଗ୍ରାମରେ ଚଢାଉ କଲେ, ତଥାପି କିଛି ପାଇଲେ ନାହିଁ । ଏବେ ମୋ ବ୍ୟକ୍ତିଗତ ସହୟକଙ୍କ ଘରେ ଚଢାଉ କରିଛନ୍ତି । ସେଠାରୁ କିଛି ମଳି ନଥିଲେ ସୁଦ୍ଧା ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି ।’’

ସୂଚନା ଅନୁସାରେ ଅଗଷ୍ଟ 19 ରେ, ଦିଲ୍ଲୀର ନୂଆ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନରେ ଚଢାଉ କରିଥିଲା ସିବିଆଇ । ସିସୋଦିଆଙ୍କ ଅଫିସ ଓ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢାଉ ହୋଇଥିଲେ ସୁଦ୍ଧା କେନ୍ଦ୍ରୀୟ ସଂସ୍ଥା ହାତରେ କୌଣସି ଗୁରୁତ୍ବପୂର୍ଣ୍ଣ ଦଲିଲ କିମ୍ବା ଅନ୍ୟ କିଛି ଲାଗି ନଥିଲା । ଏହି ମାମଲାରେ ତଦନ୍ତ ପରିସରରେ ରହିଛନ୍ତି ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆ । ପରେ ସେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳରେ ହାଜର ମଧ୍ୟ ହୋଇଥଲେ ।

ଗତ ବର୍ଷ ଦିଲ୍ଲୀ ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ନୂତନ ଅବକାରୀ ନୀତି (ଏକ୍ସାଇଜ୍ ନୀତି) ବର୍ତ୍ତମାନ ପ୍ରତ୍ୟାହାର କରି ନିଆଯାଇଛି । ଉପ ରାଜ୍ୟପାଳ ବିନୟ ସକ୍ସେନା ଅଗଷ୍ଟ ମାସରେ ଏଥିରେ ଦୁର୍ନୀତି ହୋଇଥିବା ଦର୍ଶାଇବା ସହକେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ଏହି ମାମଲାର ତଦନ୍ତ କରିବାକୁ ପରାମର୍ଶ ଦେଇଥିଲେ । ଏହି ଘଟଣାର ତଦନ୍ତ ଏବେ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details