ମୁମ୍ବାଇ:ସଚିନ ୱାଜେ ମାମଲାରେ ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଣ୍ଟିିଲିଆ ମାମଲାରେ ଗିରଫ ହୋଇଥିବା ନିଲମ୍ବିତ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ଇଡି ଯାଞ୍ଚ କରିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି ।
ସଚିନ ୱାଜେଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେଢ କୋଟି ଟଙ୍କା ମିଳିଛି । ଏହା ସହ ଅନ୍ୟ ସ୍ଥାନରେ ମଧ୍ୟ ଯାଞ୍ଚ ସମୟରେ ତାଙ୍କ ନିକଟରୁ ଟଙ୍କା ମିଳିଥିବା ଜଣାପଡିଛି । ଟିଆରପି ସ୍କାମର ଯାଞ୍ଚ ସମୟରେ 30 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ମାମଲା ମଧ୍ୟ ସାମନାକୁ ଆସିଛି । ଫଳରେ ମାମଲାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବା ନେଇ ବିଶେଷ ସୁତ୍ରରୁ ଜଣାପଡିଛି । ଟିଆରପି ସ୍କାମରେ ୱାଜେ ଟଙ୍କା ନେବା ଏକ ସଂଶୟରେ ପରିଣତ ହୋଇଛି । ଏହାକୁ ନେଇ ଇଡି ଖୋଳତାଡ କରାଯିବା ସମ୍ଭାବନା ରହିଛି ।