ହାଇଦ୍ରାବାଦ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଘ୍ନ ବିନାଶକ ଗଜାନନ । ଦେଶର କୋଣ ଅନୁକୋଣରେ ପୂଜା ପାଉଛନ୍ତି ସିଦ୍ଧି, ସମୃଦ୍ଧି ଗଣନାଥ ଭଗବାନ ଗଣେଶ । ବିଭିନ୍ନ ଜିନିଷରେ ଗଣେଶ ମୂର୍ତ୍ତି ତିଆରି ହୋଇଥାଏ । ଚକୋଲେଟ, ବିସ୍କୁଟରେ ଗଣେଶଙ୍କ ମୂର୍ତ୍ତି ଆମେ ଦେଖିଛନ୍ତି । ହାଇଦ୍ରାବାଦ ସହରରେ ୧୭ ହଜାର ନଡିଆରୁ ତିଆରି ହୋଇଥିବା ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି (Ganesh Idol made Using Coconuts In Hyderabad)। କେରଳର ଜଣେ କାରିଗର ଏହି ନିଡିଆ ଗଣେଶ ମୂର୍ତ୍ତି ତିଆରି କରିବାକୁ ହାଇଦ୍ରାବାଦ ଆସିଥିଲେ ।
ହାଇଦ୍ରାବାଦରେ ନଡିଆରୁ ତିଆରି ହୋଇଥିବା ଏହି ମୂର୍ତ୍ତି ଲୋକଙ୍କୁ ଆକର୍ଷିତ କରୁଛି । ଆମ ଚାରିପାଖରେ ଏକ ସୁରକ୍ଷିତ ପରିବେଶ ରଖିବା ପାଇଁ ଚେଷ୍ଟା କରିବା ଦରକାର । ଆମ ସମସ୍ତଙ୍କ ପାଇଁ ପରିବେଶ ଅନୁକୂଳ ବା ଇକୋ ଫ୍ରେଣ୍ଡଲି ପ୍ରତିମା କ୍ରୟ କରିବା ଜରୁରୀ ଅଟେ ବୋଲି କହିଛନ୍ତି, ପୂଜା ମଣ୍ଡପ ଆୟୋଜକ ସନ୍ତୋଷ କୁମାର । ନଡିଆ ସହ ଲୋକଙ୍କ ଭାବାବେଗ ଜଡିତ ରହିଛି ।
ବିଭିନ୍ନ ଶୁଭକାର୍ଯ୍ୟରେ ଏହି ଶ୍ରୀଫଳ ବା ନାରିକେଳ ବ୍ୟବହାର ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଆମେ ନଡିଆରେ ଗଣେଶ ମୂର୍ତ୍ତି ତିଆରି କରିଥିବା କହିଛନ୍ତି ମଣ୍ଡପ ଆୟୋଜକ । ୧୭ ହଜାର ନଡିଆରେ ଏହି ମୂର୍ତ୍ତି ତିଆରି ହୋଇଛି । ଏହାକୁ ତିଆରି କରିବାକୁ 8ଦିନ ସମୟ ଲାଗିଥିଲା ।