ଓଡିଶା

odisha

ETV Bharat / bharat

ବିଜେପି ବିଧାୟକଙ୍କ ଧମକପୂର୍ଣ୍ଣ ଭିଡିଓ ମାମଲା, ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ ତଲବ - ବିଜେପି ବିଧାୟକଙ୍କୁ ରିପୋର୍ଟ ତଲବଟ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେବା ପାଇଁ ତେଲେଙ୍ଗାନା ବିଧାୟକଙ୍କ ଧମକପୂର୍ଣ୍ଣ ଭିଡିଓ ମାମଲା । ୨୪ ଘଣ୍ଟା ମଧ୍ୟରେ ଜବାବ ତଲବ କଲେ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ

ବିଜେପି ବିଧାୟକଙ୍କ ଧମକପୂର୍ଣ୍ଣ ଭିଡିଓ ମାମଲା, ନିର୍ବାଚନ ଆୟୋଗଙ୍କ ରିପୋର୍ଟ ତଲବ
ବିଜେପି ବିଧାୟକଙ୍କ ଧମକପୂର୍ଣ୍ଣ ଭିଡିଓ ମାମଲା, ନିର୍ବାଚନ ଆୟୋଗଙ୍କ ରିପୋର୍ଟ ତଲବ

By

Published : Feb 16, 2022, 6:45 PM IST

ହାଇଦ୍ରାବାଦ:ବିଜେପିକୁ ଭୋଟ ଦେବା ପାଇଁ ଧମକପୂର୍ଣ୍ଣ ଭିଡିଓ ଜାରି କରିଥିବା ତେଲେଙ୍ଗାନା ବିଧାୟକ ଟି. ରାଜା ସିଂଙ୍କୁ ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ ଆୟୋଗ । ଗତକାଲିର ଭିଡିଓରେ ଭୋଟରଙ୍କୁ ଧମକ ଦେବା ଘଟଣାରେ ୨୪ ଘଣ୍ଟା ମଧ୍ୟରେ ଜବାବ ରଖିବାକୁ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ହାଇଦ୍ରାବାଦର ଗୋଶାମର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ଥିବା ଟି.ରାଜା ଗତକାଲି (ମଙ୍ଗଳବାର) ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭୋଟ ଦେବା ପାଇଁ ଭୋଟରମାନଙ୍କୁ ପ୍ରବର୍ତ୍ତାଉ ଥିବାବେଳେ ଭୋଟ ନଦେଲେ ବୁଲଡୋଜର ଚଢାଇ ସେମାନଙ୍କୁ ଉତ୍ତର ପ୍ରଦେଶ ବାହାରକୁ ଫିଙ୍ଗି ଦିଆଯିବା ନେଇ ଧମକ ଦେଇଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ:-ବିଜେପି ବିଧାୟକଙ୍କ ଧମକ, ଯୋଗୀ ଆଦିତ୍ୟନାଥଙ୍କୁ ଭୋଟ ନଦେଲେ ବୁଲିବ ବୁଲଡୋଜର

ବିଧାୟକଙ୍କ ଏପରି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ସହ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଥିଲା । କାର୍ଯ୍ୟାନୁଷ୍ଠାନ ନେବା ନେଇ ମଧ୍ୟ କିଛି ରାଜନୈତିକ ଦଳ ଦାବି କରିଥିବା ବେଳେ ଆଜି ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ନିର୍ବାଚନ ଆୟୋଗ । ଘଟଣାରେ ଜବାବ ରଖିବା ପାଇଁ ବିଧାୟକଙ୍କୁ ୨୪ ଘଣ୍ଚା ସମୟ ପ୍ରଦାନ କରିଛନ୍ତି ଆୟୋଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details